ସାଧୁଚରଣ ଉଚ୍ଚ ବିଦ୍ୟାଳୟ ରେ ସାମିଲ କୁ ନେଇ ଧନ୍ୟବାଦ ସମାରୋହ ପାଳିତ

0
128
ସାଧୁଚରଣ ଉଚ୍ଚ ବିଦ୍ୟାଳୟ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୭/୧୦) : ବୌଦ୍ଧ ଜିଲ୍ଲାରେ ୨ ଟି ମାତ୍ର ହାଇସ୍କୁଲ କୁ ଯୁକ୍ତ୨ କଳା ମହାବିଦ୍ୟାଳୟରେ ସାମିଲ କୁ ନେଇ ସାମିଲ ହୋଇଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାଧୁଚରଣ ଉଚ୍ଚ ବିଦ୍ୟାଳୟ, ବୀରନରସିଂହପୁର, ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ କୁ ଉନ୍ନୀତ ହେଲା ପରେ ଅଞ୍ଚଳରେ ଖୁସି ର ଲହରୀ ଖେଳି ଯାଇଥିଛି ।

ଆଲୁମିନି କମିଟି, ସାଧୁଚରଣ ଉଚ୍ଚ ବିଦ୍ୟାଳୟ ପରିଚାଳନା ଓ ବିକାଶ କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପୁରାତନ ଓ ଛାତ୍ର ଛାତ୍ରୀଙ୍କ 5T ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ସ୍ଥାନୀୟ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ ଙ୍କୁ କୃତଜ୍ଞତା ଜଣେଇବା ଉଦ୍ଦେଶ୍ୟରେ ଏକ ଧନ୍ୟବାଦ ସମାରୋହ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା ।

ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଭାପତିତ୍ୱରେ କରିଥିବା ବେଳେ ବିଦ୍ୟାଳୟ ର ଶିକ୍ଷକ ତଥା ପୂରାତନ ଛାତ୍ର ଶ୍ରୀ ନବକିଶୋର ଦୀପ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବିଶ୍ୱଜିତ ମିଶ୍ର, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଚନ୍ଦନା ବେହେରା, ପୁରାତନ ଛାତ୍ର ତଥା ଜଗତୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ଦେହୁରୀ, ଆଲୁମିନି କମିଟି ସଭାପତି ଦେବେନ୍ଦ୍ର ସାହୁ, ପୁରାତନ ଛାତ୍ର ତଥା ମଥୁରା ଜି ପି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଦୁଃଖୁ ଗାଈଗୌରିଆ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ବସନ୍ତ ସାହୁ ଯୋଗ ଦେଇ କ’ଣ କଲେ ବିଦ୍ୟାଳୟ ର ସର୍ବଙ୍ଗୀନ ଉନ୍ନତି ହୋଇ ପାରିବ ମତବ୍ୟକ୍ତ ଦେବା ସହ ବିଦ୍ୟାଳୟ ପ୍ରତିଷ୍ଠା ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ ବା ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ କରିବାରେ ହାତ ଥିବା ସମସ୍ତ ବୁଦ୍ଧିଜୀବୀ, ଗ୍ରାମବାସୀ, ରାଜନୈତିକ ବ୍ୟକ୍ତି ଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ରଘୁନାଥ ଷଡ଼ଙ୍ଗୀ, ନରେନ୍ଦ୍ର ସାହୁ, ସତ୍ୟନାରାୟଣ ପାଣି ଯୋଗ ଦେଇଥିଲେ । ଅନ୍ୟ ପୁରାତନ ଛାତ୍ର ମଧ୍ୟରେ ଜୟ ମିଶ୍ର, ଦେବାଶିଷ ମହାକୁଳ, ବିଜୟ ସାହୁ, ଅଲେଖ ବଗର୍ତି, ବିଭୁତି ମିଶ୍ର, ସୁଜ୍ଞାନ ସାହୁ, ସୁଧାଂଶୁ ରଣା ସଭାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ବିଦ୍ୟାଳୟ ର ଶିକ୍ଷକ ରାଜୀବ କହଁର ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟ ର ଶିକ୍ଷକ ବିଭୁତି ମହାକୁଡ଼, କୃଷ୍ଣ ସାହୁ, ଚନ୍ଦ୍ରହାସ ନାଏକ, ରାଜଲଷ୍ମୀ ପ୍ରଧାନ, ପ୍ରେମଲତା ମଲ୍ଲିକ, ପଦ୍ମିନୀ ସାହୁ ସହଯୋଗ କରିଥିଲେ । ଖୁସିରେ ସାଧାରଣ ଲୋକ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ପରସ୍ପରକୁ ମିଠା ଖୁଆଇବା ସହିତ ଅଞ୍ଚଳଟି ବାଣ ଶବ୍ଦରେ ପ୍ରକମ୍ପିତ ହୋଇଥିଲା ।