Friday, March 29, 2024

Top 5 This Week

Related Posts

ଜେ.କେ. ପୁର ଠାରେ ଓଡ଼ିଶା ପ୍ରତିଭା ୨୦୨୨ ପ୍ରତିଯୋଗିତା ଅନୁଷ୍ଠିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୭/୧୦) : ରାୟଗଡ଼ା ଜିଲ୍ଲା ର ଜେ.କେ. ପୁର ସ୍ଥିତ ମନୋରଞ୍ଜନ କେନ୍ଦ୍ର ଠାରେ ଓଡ଼ିଶା ପ୍ରତିଭା ର ଚତୁର୍ଥ ଅଡିସନ୍ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 10 16 at 7.10.30 PM ଜେ.କେ. ପୁର ଠାରେ ଓଡ଼ିଶା ପ୍ରତିଭା ୨୦୨୨ ପ୍ରତିଯୋଗିତା ଅନୁଷ୍ଠିତ

ଜେ.କେ. ପୁର ଠାରେ ଅନୁଷ୍ଠିତ ମୋଟ ୨୨ ଜଣ ପ୍ରତିଯୋଗୀ ଅଂଗ୍ରହଣ କରି ନୃତ୍ୟ, ଗୀତ ଓ ପେଣ୍ଟିଂରେ ନିଜର ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିଥିଲେ । ମୁଖ୍ୟ ଅତିଥି ଭାବେ ବଡ଼ ଚାନ୍ଦିଲି ଗ୍ରାମ ର ବୁଦ୍ଧିଜୀବି ଶ୍ରୀ ବସନ୍ତ କୁମାର ପେଦେଣ୍ଟି ଯୋଗ ଦେଇଥିବା ବେଳେ ଆଦର୍ଶ ଶିକ୍ଷକ ବିଦ୍ୟାଳୟ (ଟ୍ରଷ୍ଟ), ରାୟଗଡ଼ା ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସମାଜସେବୀ ଏବଂ ଶିକ୍ଷକ ଶ୍ରୀ ବିଜୟ କୁମାର ମେଲାକା ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରରେ ସ୍ଥାନୀୟ ସାମ୍ବାଦିକ ରଞ୍ଜିତ ବାବୁ ସହଯୋଗ କରିଥିବା ବେଳେ ବିଚାରକ ଭାବେ ଶିକ୍ଷକ ବିଜୟ କୁମାର ମେଲାକା, ଲୋକପ୍ରିୟ କୋରିଓ ଗ୍ରାଫର୍ ରାଜ, ବୁଦ୍ଧିଜୀବି ବସନ୍ତ ପେଦେଣ୍ଟି ପ୍ରମୁଖ ଯୋଗ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଆଦର୍ଶ ଶିକ୍ଷକ ବିଦ୍ୟାଳୟ (ଟ୍ରଷ୍ଟ), ରାୟଗଡ଼ା ଦ୍ଵାରା ଆୟୋଜିତ ଏହି ପ୍ରତିଯୋଗିତାକୁ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ, ଜୁପିଟର୍ ଇଣ୍ଟରନେସନାଲ୍ ସ୍କୁଲ୍, ମହାବୀର ଜିମ୍, ମହାଲକ୍ଷ୍ମୀ ଟ୍ରେଡର୍ସ ଏବଂ ଭବାନୀ ଏଜେନ୍ସି ଇତ୍ୟାଦି ସପୋର୍ଟ କରୁଛନ୍ତି ।WhatsApp Image 2022 10 16 at 7.10.29 PM 1 ଜେ.କେ. ପୁର ଠାରେ ଓଡ଼ିଶା ପ୍ରତିଭା ୨୦୨୨ ପ୍ରତିଯୋଗିତା ଅନୁଷ୍ଠିତ

ଜିଲ୍ଲା ର ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତା ଚଳିତ ମାସ ତା ୩୦/୧୦/୨୦୨୨ ରିଖ ଦିନ ରାୟଗଡ଼ା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପରେ ସେମି-ଫାଇନାଲ ଓ ଫାଇନାଲ ଅନୁଷ୍ଠିତ ହେବ । ସୂଚନା ଯୋଗ୍ୟ ଯେ ଜିଲ୍ଲା ର ପ୍ରାୟ ୧୦୦ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସିଜନ୍ ୱାନ୍ ଟାଇଟଲ ବିଜେତା ହୋଇ ନଗଦ ଟଙ୍କା ସହିତ ଟ୍ରଫି ଓ ସାର୍ଟିଫିକେଟ ହାସଲ କରିବା ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି ।

Popular Articles