Friday, March 29, 2024

Top 5 This Week

Related Posts

ସ୍ୱାମୀ ଓ ତିନି ଛୁଆ କୁ ଛାଡି ସ୍ତ୍ରୀ ଫେରାର : ସ୍ୱାମୀ କଲା ଥାନାରେ ଅଭିଯୋଗ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୭/୧୦) : ଘରେ ବଢିଲା ତିନି ତିନି ଟା ପୁଅ, ସ୍ୱାମୀ ଶଶୁର, ପରିବାର ଛାଡି ଜଣେ ସ୍ତ୍ରୀ ଘର ଛାଡି ଚାଲିଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚା ହେବା ସହ ଏ ନେଇ ନିଖୋଜ ସ୍ତ୍ରୀ ର ସ୍ୱାମୀ ସ୍ଥାନୀୟ ଥାନାରେ ସ୍ୱାମୀ ଓ ତିନି ଛୁଆ କୁ ଛାଡି ସ୍ତ୍ରୀ ଫେରାର ହୋଇଥିବା ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।

ସ୍ୱାମୀ ଓ ତିନି ଛୁଆ କୁ ଛାଡି ସ୍ତ୍ରୀ ଫେରାର । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଶଙ୍କରଡ଼ା ଗ୍ରାମରେ । ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ଗତ ୯ ତାରିଖରେ ଅଭୟ କମ୍ପ (୩୦) ର ସ୍ତ୍ରୀ ଅନିତା କମ୍ପ (୨୮) ପରିବାର ଙ୍କୁ କୃଷକ କାର୍ଡ କରି ଯାଉଛି କହି ନିକଟସ୍ତ ଛତ୍ରଙ୍ଗ ବଜାର କୁ ଯାଇ ଆଉ ଘରକୁ ଫେରିନଥିଲେ । ପରେ ପରିବାର ଲୋକ ଅନିତା କୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା ।

ଏ ନେଇ ଅଭୟ କମ୍ପ ଆଉ ଝିଅ ଘର ପକ୍ଷରୁ ମିଳିତ ଭାବେ ହରଭଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗ ର ଆଜକୁ ୭ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପାଖରେ କୌଣସି ସୂଚନା ନଥିବା ବେଳେ ଦିନକୁ ଦିନ ତଦନ୍ତ ରେଶିଥିଳତା ହେଉଥିବା ନେଇ ପୋଲିସ ର କାର୍ଯ୍ୟ ପ୍ରତି ପରିବାର ଲୋକ ଅସନ୍ତୋଷ ପ୍ରକଶ କରିଛନ୍ତି । ଏପରିକି ଉକ୍ତ ଘଟଣା ର ଉଚିତ ତଦନ୍ତ ପାଇଁ ଆଗାମୀ ଦିନରେ ଉପରିସ୍ଥ ପୋଲିସ ଅଧିକାରୀଙ୍କ ଠାରେ ଫେରାଦ ହେବୁ ବୋଲି ଚେତାବନୀ ଦେଇଛନ୍ତି ।

ଏ ନେଇ ହରଭଙ୍ଗା ଥାନା ଅଧିକାରୀ ପୁଷ୍ପଲତା ରାୟ ଙ୍କୁ ପଚାରିବାରୁ ନିଖୋଜ ଥିବା ସ୍ତ୍ରୀ ର ସ୍ୱାମୀ ଆମକୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଆମେ ଅଭିଯୋଗ କୁ ଭିତ୍ତି କରି ତଦନ୍ତ ପ୍ରକ୍ରିୟା ଚାଲୁ ରଖିବା ସହ ଅନିତା ବ୍ୟବହାର କରୁଥିବା ମୋବାଇଲ ର ନମ୍ବର କୁ ଟ୍ରାକ ପାଇଁ ଦେଉଛୁ । ରିପୋର୍ଟ ଆସିଲେ ତଦନ୍ତ ପକ୍ରିୟା ସୁଦୃଢ ହେବ ବୋଲି ଥାନା ଅଧିକାରୀ ରାୟ କହିଥିବା ଜଣାପଡିଛି ।

Popular Articles