Related Contents

ଚନ୍ଦ୍ରପୁର ଠାରେ ବିଜୁ ଜନତା ଦଳପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୨୫/୦୯): ଗୁଣୁପୁର ବିଧାୟକ ଶ୍ରୀରଘୁନାଥ ଗମାଙ୍ଗ ଓ ପୂର୍ବତନ ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷ ଶ୍ରୀ ଜଗନ୍ନାଥ ନୁଁତୃକା ଙ୍କ ଚନ୍ଦ୍ରପୁର ବ୍ଲକ ଦିନିକିଆ ଗସ୍ତ ଅବସରରେ କର୍ମୀ ମାନଙ୍କ ସହ ଗତ ନିର୍ବାଚନ ଦଳୀୟ ସ୍ଥିତିର ସମୀକ୍ଷା ଗ୍ରାମପଞ୍ଚାୟତ ସ୍ତରରେ ହୋଇଥିଲା |

ତାହା ସହ ସଭ୍ୟ ସଂଗ୍ରହ ଅଭିଯାନ ବାବଦରେ ବିସ୍ତୃତ ଆଲୋଚନା କରାଯାଇଥିଲା | ଗତ ବିଧାନସଭା ନିର୍ବାଚନ ସମୟ ରେ ବିଜେଡି କାହଁକି ଚନ୍ଦ୍ରପୁର ବ୍ଲକରେ କଂଗ୍ରେସ ଠାରୁ କମ ଭୋଟ ପାଇଲା ସେଥିପାଇଁ ତର୍ଜମା କରାଯାଇଥିଲା | ନିଜ ନିଜର ମତଭେଦ ଭୁଲି ଏକାଠି କାମ କରିବାପାଇଁ ଆଲୋଚନା କରଯାଇଥିଲା | ଆଜିର ଏହି ବୈଠକରେ ଚନ୍ଦ୍ରପୁର ବ୍ଲକର ସମସ୍ତ ଗ୍ରାମପଞ୍ଚାୟତର ବରିଷ୍ଟ କର୍ମୀଗଣ ନିଜ ନିଜର ମତ ବ୍ୟକ୍ତ କରିଥିଲେ | ମାନ୍ୟବର ବିଧାୟକ ଗୁଣୁପୁର, ଜିଲ୍ଲା ସମ୍ପାଦକ ଗଗନ ଆଚାର୍ଯ୍ୟ, ଜିଲ୍ଲା କୃଷକ ସଭାପତି ଜ୍ୟୋତି ସାହୁ, କେଦାରନାଥ ସାହୁ, ପ୍ରସାଦ ବାବୁ, ବରିଷ୍ଟ କର୍ମୀ ଦାମୋଦର କୈବର୍ତ, ବ୍ଲକ ସଭାପତି ପ୍ରମୋଦ ସାହୁକାର ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ |

Comments are closed.