Related Contents

ସ୍ୱତନ୍ତ୍ର ଉନ୍ନୟନ ଅଧ୍ୟକ୍ଷଙ୍କ ପଂଚାୟତ ପରିଦର୍ଶନ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି(୨୫/୦୯): ଆଜି ମାନ୍ୟବର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ମାଲକାନଗିରି ସଦର ବ୍ଲକର ସିନ୍ଦ୍ରିମାଳ ଓ ଗୌଡ଼ଗୁଡ଼ା ଗ୍ରାମ ପଞ୍ଚାୟତରେ ପହଞ୍ଚି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବିଭାଗ ତରଫରୁ ପ୍ରତ୍ୟେକ ଗ୍ରାମରେ ଦିଆଯାଇଥିବା ଗ୍ରାମ ଦେବୀ ହୁଣ୍ଡି ଗୃହ, ସଂସ୍କୃତିକ ଭବନ ଗୁଡିକର କାର୍ଯ୍ୟ ଉପରେ ତଦାରଖ କରିବା ସହ ଯଥା ଶୀଘ୍ର କାର୍ଯ୍ୟ ଶେଷ କରିବାକୁ ଗ୍ରାମ ବାସୀଙ୍କୁ ଅନୁରୋଧ କରିଥିଲେ |

ଉକ୍ତ ଦୁଇଟି ଗ୍ରାମ ପଞ୍ଚାୟତ ବାସୀ ନୂତନ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡ଼କାମୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ବରିଷ୍ଠ ବିଜେଡି ନେତା ଡ. କାମରାଜ କବାସୀ, ସମିତି ସଭ୍ୟ ଦେବା ପଡ଼ିଆମୀ, ସରପଞ୍ଚ ସମାରି ମାଡକାମୀ, ଡି.ପି.ସି ଲଷ୍ମୀ ନାରାୟଣ ହୋତ୍ତା, ଯନ୍ତ୍ରୀ ଲଷ୍ମୀଧର ବିହାରୀ ଓ ବିଜେଡି ମିଡ଼ିଆ ସଂଯୋଜକ ସଦାନନ୍ଦ ଖରା ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.