ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ରେ ବିଶ୍ଵ ଖାଦ୍ୟ ଦିବସ ପାଳିତ

0
131

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୭/୧୦) : ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ଗୁଣୁପୁରରେ କୃଷି ମହାବିଦ୍ୟାଳୟ ପକ୍ଷରୁ ବିଶ୍ଵ ଖାଦ୍ୟ ଦିବସ ପାଳିତ ହୋଇଯାଇଛି ।WhatsApp Image 2022 10 16 at 2.01.54 PM ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ରେ ବିଶ୍ଵ ଖାଦ୍ୟ ଦିବସ ପାଳିତ

ଏହି ଅବସରରେ ବିଶ୍ୱ ବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପଣ୍ଡା ଯୋଗଦେଇ ଏହି ବିଶ୍ୱ ଖାଦ୍ୟ ଦିବସ ଲକ୍ଷ୍ୟ ତଥା ଏହା ପୂରଣ କରିବା ଦିଗରେ ବିଭିନ୍ନ ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ଉପାଧ୍ୟକ୍ଷ ଅଶୋକ କୁମାର ମିଶ୍ର ଯୋଗଦେଇ ଖାଦ୍ୟ ଅପଚୟ ହ୍ରାସ କରିବା ଉପରେ ଆଲୋକପାତ କରିଥିଲେ ।

ଡ଼ଃ କୈଳାସ ବିହାରୀ ମହାପାତ୍ର ଯୋଗଦେଇ ଖାଦ୍ୟର ଉତ୍ପାଦନ ସ୍ଥିତି, ବଣ୍ଟନ ସମସ୍ୟା ତଥା ଏହାର ସମାଧାନ ବିଷୟରେ କହିଥିଲେ । ଅଧ୍ୟାପକ କ୍ଷୀରୋଦ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିବାବେଳେ ଅଧ୍ୟାପିକ ସୁଶ୍ରୀ ଦେବସ୍ମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।