କନ୍ଧମାଳ ସାଂସଦ ପ୍ରତିନିଧି ଙ୍କ ମାଗଣା ଆମ୍ବୁଲାନ୍ସ ପ୍ରଦାନ

0
218
କନ୍ଧମାଳ ସାଂସଦ

ରିପୋର୍ଟ : ବିଭୂତି ଲହରୀଆ
ବାଲିଗୁଡା, (୧୬/୧୦) : କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ବାଲିଗୁଡା ସାଂସଦ ପ୍ରତିନିଧି ତଥା ବ୍ଲକ ସଭାପତି ଙ୍କ ବଦାନ୍ୟତା ଦେଖାଇଛନ୍ତି ।

କନ୍ଧମାଳ ସାଂସଦ ପ୍ରତିନିଧି ଙ୍କ ମାଗଣା ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି । ଜନସାଧାରଣ ଙ୍କ ଉଦ୍ଦେଶ୍ୟ ରେ ମାଗଣା ଆମ୍ବୁଲାନ୍ସ ସେବା ଯୋଗେଇଦେବା ନେଇ ବାଲିଗୁଡା ସାଂସଦ ପ୍ରତିନିଧି ଟୁନା ଦାସ ନିଜସ୍ୱ ଖର୍ଚ୍ଚ ରେ ଏକ ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି । ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ରେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଏହି ମାଗଣା ଆମ୍ବୁଲାନ୍ସ ସେବା ର ଶୁଭ ଉଦ୍ଘାଟନ କରିଛନ୍ତି । ବାଲିଗୁଡା ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଏସଡିପିଓ ଜି.ଆର ରାଘବେନ୍ଦ୍ର, ବାଲିଗୁଡା ଏନ.ଏ.ସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ବିଜୟ କୁମାର ସୁର, କାଉନସିଲର ଉପସ୍ଥିତ ରହି ସବୁଜ ପତାକା ଦେଖାଇ ମାଗଣା ଆମ୍ବୁଲାନ୍ସ ସେବା ର ଶୁଭାରମ୍ଭ କରିଛନ୍ତି ।

ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ଉପରେ ପାଞ୍ଚ ଟି ବ୍ଲକ ର ଦୁଇ ଲକ୍ଷ ରୁ ଉର୍ଦ୍ଧ୍ୱ ଜନସାଧାରଣ ନିର୍ଭର କରିଥାନ୍ତି । କିନ୍ତୁ ବାଲିଗୁଡା ମେଡିକାଲ ରୁ ସିଧା ସଳଖ ବ୍ରହ୍ମପୁର, କଟକ, ଭୁବନେଶ୍ୱର ଭଳି ପ୍ରମୁଖ ସ୍ଥାନ କୁ ଚିକିତ୍ସା ପାଇଁ ରୋଗୀ ଙ୍କୁ ଯିବାକୁ ଆମ୍ବୁଲାନ୍ସ ସେବା ଉପଲବ୍ଧ ନଥିଲା । କିନ୍ତୁ କନ୍ଧମାଳ ସାଂସଦ ଙ୍କ ବାଲିଗୁଡା ବ୍ଲକ ସାଂସଦ ପ୍ରତିନିଧି ଟୁନା ଦାସ ଙ୍କ ଏହି ମାଗଣା ଆମ୍ବୁଲାନ୍ସ ସେବା ଦ୍ୱାରା ରୋଗୀ ଏବେ ମାଗଣା ରେ ଆମ୍ବୁଲାନ୍ସ ସେବା ପାଇ ପାରିବେ । ଏଥିପାଇଁ ରୋଗୀ ଙ୍କ ତେଲ ଖର୍ଚ୍ଚ ବି ସାଂସଦ ପ୍ରତିନିଧି ନିଜସ୍ୱ ଖର୍ଚ୍ଚ ରୁ ବହନ କରିବେ କହିଛନ୍ତି । ଜନସାଧାରଣ ଙ୍କ ନିକଟତର ହୋଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ କୁହନ୍ତି ।

ମୁଖ୍ୟମନ୍ତ୍ରୀ ଙ୍କ ନୀତି ଆଦର୍ଶ ଓ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ନିରନ୍ତର ସମାଜ ସେବା ପ୍ରଦାନ ରେ ଅନୁପ୍ରାଣିତ ହୋଇ ଗରିବ ନିରୀହ ଲୋକ ଙ୍କ ଉଦ୍ଦେଶ୍ୟ ରେ ଏହି କାର୍ଯ୍ୟ କରିଥିବା ସାଂସଦ ପ୍ରତିନିଧି ଟୁନା ଦାସ କହିଛନ୍ତି । କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ବାଲିଗୁଡା ବ୍ଲକ ସାଂସଦ ପ୍ରତିନିଧି ଙ୍କ ଏହି ପ୍ରୟାସ ପାଇଁ ଅଞ୍ଚଳବାସୀ, ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମ କୁ ପ୍ରଦୀପ ନାୟକ, ସୋନୁ, କାଳିଆ, ପ୍ରମୁଖ ସହଯୋଗ କରିଥିଲେ ।