ଜିଲ୍ଲାପାଳଙ୍କ କାଶୀପୁର ବ୍ଲକ ଗସ୍ତ

ରିପୋର୍ଟ: ଦେବେନ୍ଦ୍ର ନାୟକ
କାଶୀପୁର(୨୫/୦୯): କାଶୀପୁର ବ୍ଲକ କୁ ଆଜି ରାୟଗଡା ଜିଲ୍ଲାପାଲ ଶ୍ରୀଯୁକ୍ତ ପ୍ରମୋଦ କୁମାର ବେହେରା ଗସ୍ତ କରିଛନ୍ତି | ଏହି ଗସ୍ତରେ ସେ ତହସିଲ କାର୍ଯ୍ୟାଳୟ ସମସ୍ତ ରାଜସ୍ବ ଅଂଚଳର କାର୍ଯ୍ୟ ତଦାରଖ କରିଥିବା ବେଳେ ସମସ୍ତ କାର୍ଯ୍ୟ କିଭଳି ଠିକ ଭାବେ ଚାଲିବ ସେଥିପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ |

ପରେ କାଶୀପୁର ଥାନାକୁ ପରିଦର୍ଶନ କରିଥିବା ବେଳେ ବ୍ଲକ କାର୍ଯ୍ୟାଳୟକୁ ମଧ୍ୟ ଯାଇ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ | ଏହି ଅବସରରେ ଜିଲ୍ଲାପାଳଙ୍କ ସହ କାଶୀପୁର ବିଡ଼ିଓ ଶ୍ରୀ ବେଦବର ପ୍ରଧାନ, ତହସିଲଦାର ଶ୍ରୀ ସୌଭାଗ୍ୟ ବେହେରା, ଥାନାଧିକାରୀ ଶ୍ରୀ ଦୁର୍ଗାମାଧବ ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଶ୍ରୀ ବଳରାମ ପାତ୍ର ଉପସ୍ଥିତ ଥିଲେ | ପରେ କାଶୀପୁର ରେ ମଧ୍ୟାହ୍ନ ଭୋଜନ ସାରି ଅପରାହ୍ନ ୩ଟାରେ ରାୟଗଡା ଫେରିଥିଲେ | ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ସମସ୍ତ କାର୍ଯ୍ୟାଳୟ ଚଳଚଂଚଳ ହୋଇପଡ଼ିଥିଲା | ଶ୍ରୀ ବେହେରା କହିଥିଲେ ଯେ ତହସିଲ କାର୍ଯ୍ୟାଳୟ ର ଆକାଉଣ୍ଟ ନିରୀକ୍ଷଣ କରିବାକୁ ଆସିଥିଲେ ଜିଲ୍ଲାପାଳ |

Comments are closed.