ଆତ୍ମା ନିର୍ଭର ପାଇଁ ତାଲିମ ଶିବିର ଅନୁଷ୍ଠିତ

ରିପୋର୍ଟ: ମାଧବ ସାହୁ
ସାଲେଭଟା(୨୫/୯): ଗତ ୧୨/୦୯୨୦୧୯ ରୁ ୨୫/୦୯/୨୦୧୯ ପର୍ଯ୍ୟନ୍ତ ଲୋଇସିଂହା ବ୍ଲକ ଏବଂ ଆଗଲପୁର ବ୍ଲକ ର ୨୫ ଜଣ ସମ୍ଭାବୀ ଉଦ୍ୟୋଗୀ ଯୁବକ /ଯୁବତୀ ମାନଙ୍କୁ ନେଇ ଆତ୍ମନିର୍ଭରଶୀଳ ହେବ ବା ନିଜେ ନିଜ ଗୋଡ଼ରେ ଛିଡା ହୋଇ ପରିବାର ପୋଷଣ କରିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା |

ପ୍ରଧାନ ମନ୍ତ୍ରୀ ସ୍ଵ ରୋଜଗାର ଯୋଜନା ହିସାବରେ ବେକାର, ଅର୍ଦ୍ଧ ବେକାରୀ ମାନଙ୍କୁ ବ୍ୟାଙ୍କର ସହାୟତରେ ଋଣ ମାଧ୍ୟମରେ ସରକାର କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି | ତାଙ୍କ ଉଦ୍ଦେଶ୍ୟ ହେଲା ଆମ ରାଜ୍ୟର ଉନ୍ନତି ହେଉ ଓ ବେକାରୀ ସମସ୍ୟା ଦୂର ହେଉ | ଆଜି ତାଲିମର ଶେଷ ଦିନରେ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ, ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ, ପ୍ରୋଜେକ୍ଟ ଅଫିସର, ଆଇପିଓ, ଲୋଇସିଂହା ବିଡ଼ିଓ ସମସ୍ତେ ଉପସ୍ଥିତ ରହି ତାଲିମ ପ୍ରାପ୍ତ ଯୁବକ ଯୁବତୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ |

Comments are closed.