ଯୁବତୀଙ୍କୁ ଗଣ ବଳାତ୍କାର ଓ ଭିଡିଓ ଭାଇରାଲ ଘଟଣାରେ ୭ ଅଭିଯୁକ୍ତ ଗିରଫ

ରିପୋର୍ଟ: ଚିତ୍ତରଞ୍ଜନ ବାଗ
ଜୁନାଗଡ଼(୨୫/୦୯): କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣ ବଳାତ୍କାର ଓ ଭିଡିଓ ଭାଇରାଲ ଘଟଣାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଆଜି ଜୁନାଗଡ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକଥା ପ୍ରକାଶ କରିଛନ୍ତି କଳାହାଣ୍ଡି ଆରକ୍ଷ ଅଧିକ୍ଷକ (ଏସପି) ବାତୁଳା ଗଙ୍ଗାଧର |

ଏସପିଙ୍କ ସୁଚନା ପ୍ରକାରେ ଗତ ସେପ୍ଟେମ୍ବର ୧୪ ତାରିଖ ଦିନ ଉକ୍ତ ଯୁବତୀ ଜଣକ ଧର୍ମଗଡ ବ୍ଲକ ପର୍ଲାର ଲିଲେନ୍ଦ୍ର ଶବରଙ୍କ ସହ ଭବାନୀପାଟଣାରୁ ଘରକୁ ଫେରୁଥିଲେ | ଜୁନାଗଡ ଥାନା ବନମାଲିପୁର ପାଖରେ ୬ ଜଣ ଅଜଣା ବ୍ୟକ୍ତି ସେମାନଙ୍କୁ ଅଟକାଇ ଯୁବତୀଙ୍କୁ ପାଖ ଜଙ୍ଗଲକୁ ନେଇ ଗଣ ବଳାତ୍କାର କରିଥିଲେ ଓ ପରେ ଭିଡିଓ ଭାଇରାଲ କରିଥିଲେ | ଜୁନାଗଡ ଥାନା ପରିସରରେ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଆରକ୍ଷ ଅଧିକ୍ଷକ ବାତୁଳା ଗଙ୍ଗାଧରଙ୍କ ସହ ଅତିରିକ୍ତ ଆରକ୍ଷ ଅଧିକ୍ଷକ ଗୋପିନାଥ ମଣିପାତ୍ର, ଧର୍ମଗଡ ଏସଡିପିଓ ଲକ୍ଷ୍ମୀ ପଣ୍ଡା, ଜୁନାଗଡ ଥାନା ଅଧିକାରୀ ପ୍ରଭାତ ସେଠୀ ପ୍ରମୂଖ ଉପସ୍ଥିତ ଥିଲେ । ଏହା ଜୁନାଗଡ ପୋଲିସ ପାଇଁ ଏକ ବଡ ସଫଳତା ବୋଲି ଚର୍ଚ୍ଚା ଚାଲିଛି |

Comments are closed.