Friday, March 29, 2024

Top 5 This Week

Related Posts

ଆଜିଠୁ ଟି-୨୦ ବିଶ୍ୱକପ୍‌ : ଭାଗ ନେବେ ୧୬ ଦେଶ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୬/୧୦) : ଆଜିଠୁ ଟି-୨୦ କ୍ରିକେଟ୍ । ଆରମ୍ଭ ହେବାକୁ ଯାଉଛି ଆଇସିସି ଟି-ଟ୍ୱେଣ୍ଟି କ୍ରିକେଟ୍‌ ର ଅଷ୍ଟମ ସଂସ୍କରଣ । ଅଷ୍ଟ୍ରେଲିଆର ୭ ଟି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଟି ଦେଶ ଭାଗ ନେବେ । ଆସନ୍ତା ନଭେମ୍ବର ୧୩ ତାରିଖ ଯାଏଁ ଏହି ଟି-ଟ୍ୱେଣ୍ଟି କ୍ରିକେଟ୍ ଚାଲିବ ।

ଆଜିଠୁ ଟି-୨୦ ପ୍ରଥମ ରାଉଣ୍ଡ ପ୍ରତିଯୋଗିତା ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୨୨ ତାରିଖରୁ ଖେଳାଯିବ ସୁପର ୧୨ ରାଉଣ୍ଡ । ଆଇସିସି ର ମାନ୍ୟତା ଭିତରେ ଭାରତ, ଅଷ୍ଟ୍ରେଲିଆ, ପାକିସ୍ଥାନ ସମେତ ୮ ଟି ଦେଶ ସୁପର ୧୨ ପାଇଁ ଯୋଗ୍ୟତା ହାସଲ କରିସାରିଛନ୍ତି । ପ୍ରଥମ ରାଉଣ୍ଡରେ ଦୁଇଟି ଗ୍ରୁପରେ ୮ ଟି ଦଳ ରହିଛନ୍ତି । ଦୁଇଟି ଗ୍ରୁପ୍‌ରୁ ଦୁଇଟି ଲେଖାଏଁ ଶ୍ରେଷ୍ଠ ଟିମ ସୁପର ୧୨ ପାଇଁ ଉତୀର୍ଣ୍ଣ ହେବେ । ଭାରତ ତା’ର ଅଭିଯାନ ୨୩ ତାରିଖରେ ପାକିସ୍ତାନ ବିପକ୍ଷରେ ମେଲ୍‌ବର୍ଣ୍ଣରେ ଆରମ୍ଭ କରିବ ।

ଆଜି ଶ୍ରୀଲଙ୍କା ଏବଂ ନାମ୍ବିଆ ମଧ୍ୟରେ ସକାଳ ସାଢେ ୯ ଟାରେ ଆରମ୍ଭ ହେବ ମ୍ୟାଚ । ଉଭୟ ଦେଶ ଗତବର୍ଷ ସୁପର୍‌-୧୨ ଖେଳିଥିବାରୁ ନିଶ୍ଚିତ ଚାପରେ ରହି‌ବେ । ପ୍ରଥମ ରାଉଣ୍ଡ୍ ଲାଗି ଗ୍ରୁପ୍ ‘ଏ’ ରେ ଶ୍ରୀଲଙ୍କା, ନେଦରଲାଣ୍ଡସ୍‌, ନାମିବ୍ୟା, ୟୁଏଇ ଏବଂ ଗ୍ରୁପ୍ ‘ବି’ ରେ ୱେଷ୍ଟଇଣ୍ଡିଜ୍, ସ୍କଟଲାଣ୍ଡ୍, ଜିମ୍ବାୱେ, ଆୟର୍ଲାଣ୍ଡ ରହିଛନ୍ତି । ଉଭୟ ଗ୍ରୁପ୍‌ରୁ ଶୀର୍ଷ ୨ ଦେଶକୁ ନେଇ ମୋଟ ୪ ଦଳ ସୁପର୍ ୧୨ ପର୍ଯ୍ୟାୟକୁ ଯିବା ପରେ ଶନିବାର ଠାରୁ ମୁଖ୍ୟ ପ୍ରତିଯୋଗିତା ଆରମ୍ଭ ହେବ । ପୂର୍ବରୁ ଖେଳାଯାଇଥିବା ୭ ଟି, ଟି-୨୦ ବିଶ୍ୱକପରୁ ୨୦୦୭ ରେ ଭାରତ ପ୍ରଥମ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିଲା । ୱେଷ୍ଟଇଣ୍ଡିଜ୍ ଦୁଇ ଥର ବିଜୟୀ ହୋଇଥିବା ବେଳେ ଭାରତ ସମେତ ପାକିସ୍ତାନ, ଇଂଲଣ୍ଡ, ଆଷ୍ଟ୍ରେଲିଆ, ଶ୍ରୀଲଙ୍କା ଥରେ ଲେଖାଏଁ ଟାଇଟଲ ହାସଲ କରିଛନ୍ତି ।

Popular Articles