Thursday, March 28, 2024

Top 5 This Week

Related Posts

କାର ଦୁର୍ଘଟଣା ରେ ଜଣେ ମୃତ ଓ ଜଣେ ଗୁରୁତର

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୬/୧୦) : ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା କରଡାକୋଠା ଠାରେ ଶନିବାର ସନ୍ଧ୍ୟା ୫ ଟା ସମୟରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।WhatsApp Image 2022 10 15 at 8.56.10 PM କାର ଦୁର୍ଘଟଣା ରେ ଜଣେ ମୃତ ଓ ଜଣେ ଗୁରୁତର

ପ୍ରାପ୍ତ ସୂଚନା ମତେ ବୌଦ୍ଧ ପଟରୁ ଭୁବନେଶ୍ୱର ଯାଉଥିବା ସମୟରେ କରଡାକୋଠା ଠାରେ ଭାରସାମ୍ୟ ହରାଇ ଏକ ପୋଲରେ ଗାଡ଼ିଟି ଧକ୍କା ଦେଇଥିଲେ । କାର ଦୁର୍ଘଟଣା ରେ ଦୁଇ ଜଣ ଗୁରୁତର ହୋଇଥିଲେ ଗୁରୁତର ଙ୍କୁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଡାକ୍ତରଖାନା ରେ ଡାକ୍ତର ଜଣ ଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ଙ୍କୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଜଣକ ଭୁବନେଶ୍ୱର ନିବାସୀ ଜିତେନ୍ଦ୍ର କୁମାର ଦାସ (୨୩) ବୋଲି ଜଣା ପଡିଥିବା ବେଳେ ମୃତ ବ୍ୟକ୍ତି ର ପରିଚୟ ମିଳିପାରିନାହିଁ । ପୁରୁଣା କଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ସୂଚନା ମିଳିଛି ।

Popular Articles