Related Contents

ମୁର୍ହାପାଲି ଗାଁରୁ ବାସନ୍ଦ ହୋଇ ଜୀବନ ହରାଇଲେ ଯୁଧିଷ୍ଠିର ଲୁହାର

ରିପୋର୍ଟ: ନିରୋଜ କୁମାର ପାଣି
ପାଇକମାଳ(୨୫/୦୯): ଦୀର୍ଘ ଦିନରୁ ସବର୍ଣ୍ଣ ଗ୍ରାମବାସୀଙ୍କ ଦ୍ଵାରା ବାସନ୍ଦ ହୋଇଥିବା ଦଳିତ ପରିବାରର ଯୁବକ ଯୁଧିଷ୍ଠିର ଲୁହାର ପରିବାର ସହିତ ବିଭିନ୍ନ ଗ୍ରାମରେ ଆଶ୍ରୟ ନେଇ ଗତ କିଛି ଦିନ ତଳୁ ପାଇକମାଲ ବ୍ଲକର ଭେଙ୍ଗରାଜ ଗ୍ରାମରେ ସଂପର୍କ ଘରେ ଆଶ୍ରୟ ନେଉଥିଲେ |

ପୁଣି ନିଜ ଗ୍ରାମକୁ ଫେରି ଶାନ୍ତି ଜୀବନ ଯାପନ କରିବା ପାଇଁ ଗତ ୧୧.୦୯.୧୯ରେ ବରଗଡ଼ ଜିଲ୍ଲାର ଏସପିଙ୍କୁ ତାଙ୍କ ଉପରେ ହୋଇଥିବା ଅତ୍ୟାଚାର ବାବଦରେ ଅବଗତ କରାଇ ସୁରକ୍ଷା ଆବେଦନ କରିଥିଲେ । ଏସପିଙ୍କ ଠାରୁ ସନ୍ତୋଷ ଜନକ ନିର୍ଭୟ ପ୍ରତିଶୃତି ନ ମିଳିବାରୁ ତଥା ଅତ୍ୟାଚାରୀଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ଧମକ ଶୁଣି ମାନସିକ ଭାରସମ୍ୟ ହରାଇ ଗତ ୨୩.୦୯.୧୯ରେ ଆତ୍ମହତ୍ୟା କଲେ |

ସ୍ଥାନୀୟ ପଦ୍ମପୁର ଥାନା ଘଟଣାକୁ ହାଲୁକା ଭାବରେ ଗ୍ରହଣ କରି ଗୋଟିଏ ସାଧାରଣ ଅପମୃତ୍ୟୁ ମାମଲା ରୁଜୁ କଲେ ଏବଂ ସବ ବ୍ୟବଚ୍ଛେଦ କରାଇ ପରିବାର ହାତରେ ସନ୍ଧ୍ୟା ୬ଟାରେ ହସ୍ତାନ୍ତର କଲେ | ନିରାଶ୍ରୟ ବାପା ,ମା , ସ୍ତ୍ରୀ , ଓ ଭଉଣୀ ଉକ୍ତ ଶବକୁ ଆଶ୍ରୟ ନେଇଥିବା ଗାଁ ଭେଙ୍ଗରାଜ ପୁରକୁ ଶବକୁ ନେଇ ଯିବାରୁ ଉକ୍ତ ଗ୍ରାମବାସୀ ଭେଙ୍ଗରାଜ ପୁରରେ ସବସତ୍କାର କରିବାକୁ ମନାକଲେ ଏବଂ ଧମକ ଦେଇ ଯଥା ଶୀଘ୍ର ତମ ଶବକୁ ଆମ ଗ୍ରାମରୁ ବାହାରକର ବୋଲି କହିଲେ | ଏପରି ଦୁଃଖ ସମୟରେ ଅନ୍ୟ ଉପାୟ ହୋଇ ସାମାଜିକ କର୍ମା ଗୋବର୍ଦ୍ଧନ ଛତର, ଗୋପବନ୍ଧୁ ଶିକା, ଚୈତନ୍ୟ ବାଗ, ସଂଜୀବ ଲୁହାର, ଧରଣୀ ବାରିକ, ବଳରାମ କୁମ୍ଭାର ଇତ୍ୟାଦି ଙ୍କ ସହିତ ଯୋଗାଯୋଗ କରି ଘଟଣା ବିଷୟରେ ଅବଗତ କରାଇଲେ | ସାମାଜିକ କର୍ମୀ ବୃନ୍ଦ ନିଜ ନିଜ ଭିତରେ ଆଲୋଚନା କରି BSP ଜିଲ୍ଲା ସଭାପତି ନାରାୟଣ ବେଶ୍ରାଙ୍କୁ ଯୋଗାଯୋଗ କରି ସମସ୍ତେ ଉକ୍ତ ପରିବାର ପାଇଁ ନ୍ୟାୟ ପ୍ରଦାନ ଏବଂ ସବ ସତ୍କାର ପାଇଁ ୨୩.୦୯.୧୯ସୋମବାର ରାତି ୧୨ଟାରେ ଆଶ୍ରିତ ଭେଙ୍ଗରାଜ ପୁର ଗ୍ରାମରେ ଉପସ୍ଥିତ ହେଲେ | ତୁରନ୍ତ ଉକ୍ତ ଗ୍ରାମରୁ ସବକୁ ଆଣି ପଦ୍ମପୁର SDPOଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ନ୍ୟାୟ ପାଇଁ ଧାରଣାରେ ବସିଲେ |

କିଛି ସମୟ ପରେ ପଦ୍ମପୁର SDPO ଖବର ପାଇ ଧାରଣା ସ୍ଥଳକୁ ପହଞ୍ଚି ଧାରଣାରେ ବସିଥିବା କାର୍ଯ୍ୟକର୍ତା ଓ ପରିବାରର ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ନିର୍ଭୟ ପ୍ରତିଶୃତି ଦେଇ ସବ ସତ୍କାର ପାଇଁ ଅନୁରୋଧ କଲେ । ଆନ୍ଦୋଳନ କାରୀଙ୍କ ଦାବି ମୁତାବକ ପୋଲିସ ଫୋର୍ଷ ବ୍ୟବସ୍ଥା କରି ମୃତକଙ୍କ ମୁଳ ଗ୍ରାମ ମୁର୍ହାପାଲିକୁ ରାତି ୨ଟାରେ ସବ ଆଣି ସତ୍କାର ପାଇଁ ପଦ୍ମପୁର ଥାନା ଅଧିକାରୀ ଗ୍ରାମବାସୀଙ୍କ ସାହାଯ୍ୟ ଲୋଡ଼ିଲେ | ଗ୍ରାମ ବାସୀ ଅସହଯୋଗ କରିବାରୁ ଉପସ୍ଥିତ ସମାଜିକ କର୍ମୀ, ପୋଲିସ ବାହିନୀ ଏବଂ ଅନ୍ୟ ଗ୍ରାମର ମୃତକଙ୍କ ସମ୍ପର୍କୀୟ ମାନେ ମିଶି ୨୪.୦୯.୧୯ ସକାଳ ୭ଘଟିକାରେ ଶବ ସତ୍କାର କରାଗଲା | ପ୍ରକାଶ ଥାଉ କି ଅତ୍ୟାଚାରିତ ମୃତକଙ୍କ ମୁଳ ଗ୍ରାମ ମୁର୍ହାପାଲି ଏବଂ ଆଶ୍ରିତ ଗାଁ ଭେଙ୍ଗରାଜ ପୁର ଗ୍ରାମବାସୀଙ୍କ ହୀନ ମାନବିକତା ହେତୁ ସବ ସତ୍କାରରେ ସହଯୋଗ ହେଲା ନାହିଁ । ଯାହାକି ମଣିଷ ସଭ୍ୟତାର ଅସଭ୍ୟର ପ୍ରତିଫଳନ ଅନୁମାନ କରାଯାଏ ।

Comments are closed.