ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ଅନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

0
137
ବୌଦ୍ଧ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୬/୧୦) : ରାଜ୍ୟରେ କ୍ରୀଡା ର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ” Football for all “ କାର୍ଯ୍ୟକ୍ରମ ର ଚଳିତ ମାସ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଜିଲ୍ଲା ସ୍ତରୀୟ ଅନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ।WhatsApp Image 2022 10 15 at 8.21.51 PM 1 ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ଅନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଆଜି ଦ୍ୱିତୀୟ ଦିବସ ର ପ୍ରଥମ ମ୍ୟାଚ କଣ୍ଟାମାଳ “B” ସହିତ ହରଭଙ୍ଗା “B” ଖେଳରେ ହରଭଙ୍ଗା ୨/୦ ଗୋଲରେ ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ବୌଦ୍ଧ ” A” ଓ କଣ୍ଟାମାଳ “A” ମଧ୍ୟ୍ୟରୁ କଣ୍ଟାମାଳ ବୌଦ୍ଧକୁ ୨/୦ ଗୋଲରେ ପରାସ୍ତ କରିଥିଲା । ତୃତୀୟ ମ୍ୟାଚ ଟି ବାଳିକା ମାନଙ୍କ ମଧ୍ୟରେ ହରଭଙ୍ଗା ଓ କଣ୍ଟାମାଳ ହେଉଥିବା ବେଳେ ମ୍ୟାଚ ଟି ସ୍ଥଗିତ ହୋଇଯାଇଛି । ଏହି ଖେଳକୁ ପରିଚାଳନା କରିଥିଲେ ପ୍ରବୀଣ ବେହେରା, ପ୍ରହଲ୍ଲାଦ ଭୋକ୍ତା ଓ ଅମରେଶ ପ୍ରଧାନ ।