Friday, March 29, 2024

Top 5 This Week

Related Posts

ବେଆଇନ୍ ୩ ହେକ୍ଟର ଜମି ର ଗଞ୍ଜେଇ ଚାଷକୁ ନଷ୍ଟକଲା ମନମୁଣ୍ଡା ବନବିଭାଗ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୬/୧୦) : ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ମନମୁଣ୍ଡା ରେଞ୍ଜ ଅଞ୍ଚଳରେ ଚାଲିଥିବା ବେଆଇନ୍ ଭାବେ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିବାକୁ ଏବେ ଅଣ୍ଟା ଭିଡ଼ିଛି ବନବିଭାଗ ।WhatsApp Image 2022 10 15 at 8.01.31 PM ବେଆଇନ୍ ୩ ହେକ୍ଟର ଜମି ର ଗଞ୍ଜେଇ ଚାଷକୁ ନଷ୍ଟକଲା ମନମୁଣ୍ଡା ବନବିଭାଗ

କୌଣସି ସୂତ୍ରରୁ ଖବର ପାଇ ଆଜି ବୌଦ୍ଧ ଡି ଏ ଫୋ ପ୍ରିୟବ୍ରତ କମ୍ଫ ଙ୍କ ନିର୍ଦ୍ଦେଶ କ୍ରମେ ମନମୁଣ୍ଡା ରେଞ୍ଜର ଶ୍ରୀବତ୍ସ କୁମୁରା, କଣ୍ଟାମାଳ ରେଞ୍ଜର ଖିରବାଧି ପ୍ରଧାନ, ଫରେଷ୍ଟର ଦେବାକାନ୍ତ ବେହେରା, ମାଳତୀ ମାଝୀ, ଫରେଷ୍ଟ ଗାର୍ଡ ଓ ୱାଚର ଏହିପରି ଭାବରେ ୨୫ ଜଣ ମିଳିତ ଭାବେ ମନମୁଣ୍ଡା ଓ କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ବରପଦର ଓ ସଗଡା ସେକ୍ସନ ପେନାଯୋର ସଂରକ୍ଷିତ ଜଙ୍ଗଲରେ ବେଆଇନ୍ ୩ ହେକ୍ଟର ଜମିରେ ହୋଇଥିବା ୩୧,୫୦୦ ଗଞ୍ଜେଇ ଗଛ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରାଯାଇଥିବା ବେଳେ ଆଗକୁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରହିବ ବୋଲି ମନମୁଣ୍ଡା ରେଞ୍ଜର ଶ୍ରୀଯୁକ୍ତ ଶ୍ରୀବତ୍ସ କୁମୂରା ସୂଚନା ।

Popular Articles