Related Contents

ବିଜୁ ସ୍ବାସ୍ଥ୍ୟକଲ୍ୟାଣର ଉପଦେଷ୍ଟାଙ୍କ ଦୁର୍ଗମ ଅଞ୍ଜର୍ବାସିଙ୍ଗ ଗ୍ରାମ ପରିଦର୍ଶନ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୨୫/୦୯): ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ କୁଲସିଂ ପଞ୍ଚାୟତର ଦୁର୍ଗମ ଅଞ୍ଜରବାସିଂ ଗ୍ରାମକୁ ବିଜୁସ୍ବାସ୍ଥ୍ୟ କଲ୍ୟାଣ ବିଭାଗର ଉପଦେଷ୍ଟା ସୁଧିର ଦାସ, ଜିଲ୍ଲା ବିଜୁ ଜନତାଦଳର ସଂମ୍ପାଦକ ଗଗନ ଆଚର୍ଯ୍ୟ, ରାମନାଗୁଡା ବ୍ଳକ ଏକ୍ସ ଜିଲ୍ଲାପରିଷଦ ଦାମ କୈବତ୍ତ, ଏକ୍ସ ସରପଞ୍ଚ ମାକ ଶବର ଆଜି ସକାଳୁ ଗ୍ରସ୍ତ କରିଥିଲେ ।

ଗ୍ରାମର ବିଭିନ୍ନ ସମସ୍ୟା ଗୁଡିକ ବିଷୟରେ ଗ୍ରାମବାସିଙ୍କ ସହ ଆଲୋଚନା କରିଥିଲେ । ଏହି ଗ୍ରସ୍ତ ସମୟରେ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷମାନେ ସ୍ବାଗତ କରିଥିଲେ । ପରେ ଏକ ସଭାଗୃହଠାରେ ଗ୍ରାମ ଶିକ୍ଷା,ସ୍ବାସ୍ଥ୍ୟଗତ ଏବଂ ଗମନାଗମନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଗ୍ରାମ ନିକଟରେ ବୋହି ଯାଉଥିବା ନାଳ ଉପରେ ଏକ ପକ୍କା କଙ୍କ୍ରିଟ ବ୍ରିଜ ପାଈଁ ବିଭିନ୍ନ ସମୟରେ ଦାବି କରୁଥିଲେ ଏଠାକାର ଲୋକେ । ବିଶେଷକରି ନାଳରେ ବର୍ଷା ଦିନରେ ପାଣି ଆସିଲେ ଯିବା ଆସିବାରେ ବାଧା ଉପୁଜୁଥିବା ଏଠାକାର ଲୋକେ ଅଭିଯୋଗ କରିଛନ୍ତି । ଆଜି ସେହି ନାଳ ଉପରେ ଏକ ପକ୍କା କଙ୍କ୍ରିଟ ବ୍ରିଜ୍ ଅଳ୍ପ ଦିନରେ ତିଆରି କରାଯିବ ବୋଲି ବିଜୁ ସ୍ବାସ୍ଥ୍ୟକଲ୍ୟାଣ ବିଭାଗର ଉପଦେଷ୍ଟା ସୁଧିର ଦାସ ଲୋକମାନଙ୍କୁ ପ୍ରତିଶୃତି ଦେଇ ଫେରିଥିବା ଜଣାପଡିଛି ।

Comments are closed.