Thursday, March 28, 2024

Top 5 This Week

Related Posts

ବିଶ୍ୱ ହାତଧୂଆ ଦିବସ ପାଳିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୫/୧୦) : ସାରା ବିଶ୍ୱରେ ହାତଧୂଆ ମାଧ୍ୟମରେ ସ୍ୱାସ୍ଥ୍ୟ ରକ୍ଷାକୁ ନେଇ ସଚେନତା ବଢ଼ିବାରେ ଲାଗିଛି । ଏହି ଅବସରରେ ରାୟଗଡ଼ା ଜିଲ୍ଲାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ବିଦ୍ୟାଳୟରେ ବିଶ୍ୱ ହାତଧୂଆ ଦିବସ ପାଳିତ ହୋଇଯାଇଛି ।

ଏହି ଅବସରରେ ପ୍ରଧାନ ଶିକ୍ଷକ / ପ୍ରଧାନ ଶିକ୍ଷୟିତ୍ରୀ ବିଶ୍ୱ ହାତଧୂଆ ଦିବସ ର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିବା ସହିତ କରୋନା ପରବର୍ତ୍ତୀ ସମୟରେ ହାତଧୂଆ ଅଭ୍ୟାସ ର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ହାତଧୂଆ ର ଅଭ୍ୟାସ ଦ୍ୱାରା ଅନେକ ସଂକ୍ରମଣ ରୋଗ ର ସଂକ୍ରମଣ ହେବାର ସମ୍ଭାବନା କମିଯିବା ସହିତ ସ୍ୱାସ୍ଥ୍ୟ ରକ୍ଷା ର ଏକ ଉତ୍ତମ ଅଭ୍ୟାସକୁ ନେଇ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ପ୍ରତ୍ୟେକ ବିଦ୍ୟାଳୟରେ ହାତଧୂଆ ପ୍ରଣାଳୀକୁ ଶିକ୍ଷକ, ଛାତ୍ରଛାତ୍ରୀ ପ୍ରମୁଖ ଅଭ୍ୟାସ କରିଥିଲେ । ଆସନ୍ତା ଏକ ମାସ ଧରି ବିଦ୍ୟାଳୟରେ ହାତଧୂଆକୁ ଗୁରୁତ୍ୱ ର ସହିତ ଅଭ୍ୟାସ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ସଞ୍ଜୀବ କୁମାର ପାଢ଼ୀ, ବରିଷ୍ଠ ବୈଷୟିକ ପରାମର୍ଶଦାତା, ସମଗ୍ର ଶିକ୍ଷା ପରିଚାଳନା କରିଥିଲେ । ୟୁନିସେଫ-ଭାରତ ଜ୍ଞାନ ବିଜ୍ଞାନ ସମିତି ତରଫରୁ ଏହି କାର୍ଯ୍ୟକ୍ରମ ଯେପରି ଜିଲ୍ଲା ସ୍ତରରେ ସକ୍ରିୟ ଭାବରେ ସ୍କୁଲ ସ୍ତରରେ ପାଳନ କରାଯାଇ ପାରିବ, ଜିଲ୍ଲା ସଂଯୋଜକ ନିହର ରଞ୍ଜନ ପାଢ଼ୀ ସଂଯୋଜନା କରିଥିଲେ l

Popular Articles