Related Contents

କଳାକାରଙ୍କୁ ଅରୁଣ ଜେଟଲୀ ସ୍ମୃତି ସମ୍ମାନ

ରିପୋର୍ଟ-ନିରୋଜ ପାଣୀ
ପାଇକମାଲ(୨୩/୯): ପଦ୍ମପୁର ନିର୍ବାଚନମଣ୍ଡଳୀର ବିଜେପି ପରିବାରର ତରଫରୁ ଏକ ସ୍ଵତନ୍ତ୍ର ଉତ୍ସବରେ ନୁଆଁଖାଇ ଓ ବଧୁଂ ମିଳନ ପର୍ବ-୨୦୧୯ ପାଇକମାଲ ସ୍ଥିତ ଶ୍ରୀ ନୃସିଂହନାଥ ଧର୍ମଶାଲାଠାରେ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି |

ସମାରୋହରେ ବରଗଡ ଜିଲ୍ଲାର ପାଇକମାଲ ବ୍କକ ମାଣ୍ଡୋସିଲ ଗ୍ରାମର ସଫଳ ନାଟ୍ୟକାର ଓ ନିଦ୍ଦେର୍ଶକ ଲଳିତ ଜଗତଙ୍କୁ ମାନପତ୍ର, ଉପଢୌକନ ଦେଇ ଅରୁଣ ଜେଟଲୀ ସ୍ମୃତି ସମ୍ମାନ-୨୦୧୯ରେ ସମ୍ମାନିତ କରିଥିଲେ ମୁଖ୍ୟ ଅତିଥି ବରଗଡ ସାଂସଦ ସୁରେଶ ପୂଜାରୀ | ଏହି ସମାରୋହରେ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡଙ୍ଗୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ଜିଲ୍ଲା ସଭାପତି ଡା ଅରୁପାନନ୍ଦ ସାହୁ, ବରଗଡ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପ୍ରତେଶ ବହିଦାର, ଜିଲ୍ଲା ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ଅଗ୍ରଞାଲ, ବ୍କକ ଅଧ୍ୟକ୍ଷ କୁମରମଣି ନାୟକ, ସରୋଜ ସାମଲ ଉପସ୍ଥିତ ଥିଲେ ।

Comments are closed.