ବିଶ୍ୱ ହାତ ଧୁଆ ଦିବସ ପାଳିତ

0
358
ବିଶ୍ୱ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୧୦) : ଆଜି କାଶୀନଗର ସହର ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଶ୍ୱ ହାତ ଧୁଆ ଦିବସ ପାଳିତ ହୋଇଯାଇଛି ।  

ଏଥି ପୂର୍ବରୁ ହାତ ଧୁଆ ସମସ୍ତେ କରିଥିଲେ ହେଲେ ଗତ ଦୁଇ ବର୍ଷ ହେଲା ହାତ ଧୁଆ ଏକ ନିହାତି ଆବଶ୍ୟକ ହୋଇପଡ଼ିଛି । ଏହାର କାରଣ ହେଲା କରୋନା । ଏଣୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସ୍ୱଚ୍ଛତା ପକ୍ଷ ପାଳନ ଓ ସ୍ୱଚ୍ଛତା ସଚେତନ ଯୋଗୁଁ ପିଲା ମାନେ ହେଣ୍ଡବାସ ଲଗାଇ ପ୍ରତ୍ୟେକ ଦିନ ଖାଇବା ପୂର୍ବରୁ ହାତ ଧୋଇବା ଅଭ୍ୟାସରେ ପରିଣତ ହୋଇଯାଇଛି । ଆଜି ବିଶ୍ୱ ହାତ ଧୁଆ ଦିବସରେ ସ୍ଥାନୀୟ ମଜାଲା ସାହି ବିଦ୍ୟାଳୟରେ ଏହି ଦିବସ ପାଳନ କରାଯାଇ ସଚେତନ କରାଯାଇଛି ।