ଭାରତ ସ୍କାଉଟ୍ ଏବଂ ଗାଇଡ୍ ଜାତୀୟ ସ୍ତରରେ ଡଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୋଗଦାନ

ରିପୋର୍ଟ: ନିରୋଜ କୁମାର ପାଣି
ପାଇକମାଲ (୨୪/୯): ଭାରତ ସ୍କାଉଟ୍ ଏବଂ ଗାଇଡ୍ ରାଷ୍ଟ୍ରାୟ ମୁଖ୍ୟାଳୟ ନୂଆଦିଲ୍ଲୀ ଦ୍ଵାରା ଝରଖଣ୍ଡ ମେଦିନୀ ନଗର ଠାରେ ଆୟୋଜିତ ଜାତୀୟସ୍ତରରେ ଜନଜାତି ରୋଭର ରେଞ୍ଜର ଡଭା ଉଚ୍ଛ ମାଧ୍ୟମିକ ବିଦ୍ୟାଳୟର ଲୋଭର ରେଞ୍ଜର ମାନେ ଓଡିଶା ରାଜ୍ୟ ତରଫରୁ ପ୍ରତିନିଧି କରି ସଫଳତାର ସହିତ ଫେରି ଆସିଛନ୍ତି |

ଇଂରାଜୀ ଅଧ୍ୟାପକ ତଥା ରୋଭର ସ୍କାଉଟ୍ ଲିଡର ସରୋଜ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ଚାରି ଜଣ ଲୋଭର ଓ ଚାରି ଜଣ ରେଞ୍ଜର ଏହି ଶିବିରରେ ଭାଗ ନେଇଥିଲେ | ସମଗ୍ର ଦେଶରୁ ୧୯ଟି ରାଜ୍ୟର ପ୍ରତିଭାଗୀ ମାନେ ଯୋଗଦାନ କରିଥିବା ଲୋକ ନୃତ୍ୟ, ଲୋକ ସଙ୍ଗୀତ, ପାରମ୍ପରିକ ବାଦ୍ୟ, ଆଂଚଳିକ ଖାଦ୍ୟ, ବେଶଭୂଷା, ଯାତ୍ରା, ରଙ୍ଗୋଲି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା,ରଙ୍ଗୋଲି ପ୍ରତିଯୋଗିତାରେ ଓଡ଼ିଶା ତୃତୀୟ ସ୍ଥାନ ଅଧିକାର କରିଥିଲା, ଡଭାକଲେଜ ର ପ୍ରତିଭାଗୀ ମାନଙ୍କ ଦ୍ବାରା ପରିବେଷତ ସମଲପୁରୀ ନୃତ୍ୟ ଖୁବ୍ ଆଦୃତ ଓ ଉଚ୍ଛ ପ୍ରଶଂସିତ ହୋଇଥିଲେ, ଏ ପରି ଏକ ଜାତୀୟ ସ୍ତରୀୟ ଶିବିରରେ ଅଂଶଗ୍ରହଣ କରିଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।

Comments are closed.