Saturday, August 15, 2020
Home Children Issue ମୁରିବାହାଲ ପିଏସ ଦୁନିଆର କଲେଜର ୫୦ତମ ଏନଏସଏସ ଦିବସ ପାଳିତ

ମୁରିବାହାଲ ପିଏସ ଦୁନିଆର କଲେଜର ୫୦ତମ ଏନଏସଏସ ଦିବସ ପାଳିତ

ରିପୋର୍ଟ: ଭଗବାନ ମହାନ୍ତି /ନିମାଇଁ ଚରଣ ବଘାର
ମୁରିବାହାଲ (୨୪/୦୯): ମୁରିଭଲ ପି ଏସ ଜୁନିୟର କଲେଜର ଇଂରାଜୀ ଅଧ୍ୟାପକ ହୃଦାନନ୍ଦ ପୁହାନଙ୍କ ଅଧ୍ୟକ୍ଷତାରେ ଏନଏସଏସ ର ୫୦ତମ ଦିବସ ପାଳିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷା ରମେଶ ଚନ୍ଦ୍ର ମହାନନ୍ଦ ଥିବାବେଳେ ସମ୍ମାନିତ ଅତିଥି ଭାବେ ଓଡ଼ିଆ ଅଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ଓଡ଼ିଆ ଅଧ୍ୟାପିକା ଶ୍ରୀମତୀ ଭବାନୀ ପୋଢ଼, ଆଇଟି ଅଧ୍ୟାପକ ଅଂଶୁମାନ ଦାସ, ସାମ୍ବାଦିକ ସଂଘ ସଭାପତି ଭଗବାନ ମହାନ୍ତି, ସାମ୍ବାଦିକ ଦୁର୍ଗନାନ୍ଦ ମହାକୁର, ନିମାଇଁ ଚରଣ ବଘାର, ବନବିହାରୀ ଯୋଶୀ, ସୁବ୍ରତ ମହାକୁର, ତାରାଣୀ ସେନ ମେହେର ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ |

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମହାନନ୍ଦ ଛାତ୍ରଛାତ୍ରୀଙ୍କୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନ ପୂରକରିବା, ଚରିତ୍ର ଗଠନ କରିବା, ପରିବେଶ ସଫା ସୁତୁରା ରଖିବା, ଦୁଖୀ ଦରିଦ୍ର ଲୋକଙ୍କୁ ସାହାଯ୍ୟ କରିବା, ପଲିଥିନ ମୁକ୍ତ ପରିବେଶ ଗଢିବା ପାଇଁ ଉପଦେଶ ଦେଇଥିଲେ | ଶ୍ରୀ ପଣ୍ଡା ଗୋଟିଏ ଗଛ ଲଗାଇବା ସହ ପରିବେଶ ସଫା ରଖିବାକୁ ନିଜ ବକ୍ତବ୍ୟରେ କଥିଲେ | ଏହି ଅବସରରେ ମୁରିବାହାଲ ମହାବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀ ରୋହିଣୀ ଛୁରା ଯିଏକି ଅତ୍ୟନ୍ତ ସୁନ୍ଦର ସଂଗୀତ କାଳର ଅଧିକାରିଣୀ ନିକଟ ଅତୀତରେ ସେ ସୋସିଆଲ ମିଡ଼ିଆ ଜରିଆରେ ବେଶ ଲୋକପ୍ରିୟ ହୋଇ ବିଭିନ୍ନ ଖବର କାଗଜରେ ପ୍ରକାଶିତ ହୋଇଥିଲେ ଓ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ଓଡିଶା ସିଟୀଜେଂ ପୁରସ୍କାରରେ ପୁରସ୍କୃତ ହୋଇ ମୁରିବାହାଲ ମହାବିଦ୍ୟଳର ମର୍ଯ୍ୟାଦା ଓ ସମ୍ମାନ ବଢାଇଥିଲେ ତାଙ୍କୁ ଆଜି ମୁରିଭଲ ସାମ୍ବାଦିକ ସଂଘ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା | ଶେଷରେ ଛାତ୍ର ରୋହିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,ବଲାଙ୍ଗୀରରେ ୯୨

ବଲାଙ୍ଗୀର (ଓଡିଶା ନ୍ୟୁଜ୨୪-ବ୍ୟୁରୋ-୧୫/୦୮): ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯୧ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ...

ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରିଗୁଡା (୧୫/୦୮): ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି l କରୋନା ପରି ମହାମାରୀ...

ଏବିପିଏସ ଛାତ୍ରଛାତ୍ରୀଙ୍କୁ ରୋଟାରୀଆନଙ୍କ ପକ୍ଷରୁ ୪୦ଗୋଟି ଆଇପ୍ୟାଡ଼ ପ୍ରଦାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ସାରା ବିଶ୍ୱ ଜନତା ଓ କରୋନା ମହାମାରୀର ଛକାପଞ୍ଝା ଭିତରେ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି ଆଗାମୀ ପିଢ଼ି କୁହାଯାଉଥିବା ଶିକ୍ଷାର୍ଥୀ ମାନେ l...

FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ରାୟଗଡ଼ା ସହରର FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ | ଲୁଟର ଶିକାର ହୋଇଥିବା...

Recent Comments

%d bloggers like this: