ସେକ୍ସ ରେକେଟ ଚଳାଉଥିବା ରାଣୀ ମହୁମାଛି ସହ ତିନି ଗ୍ରାହକ ଗିରଫ

0
284
ସେକ୍ସ ରେକେଟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୧୪/୧୦) : ଦୀର୍ଘ ଦିନ ଧରି ସେକ୍ସ ରେକେଟ ଚଳାଉଥିବା ରାଣୀ ମହୁମାଛି ସହ ତିନି ଜଣ ଗ୍ରାହକ ବଲାଙ୍ଗୀର ପୋଲିସ ଦ୍ୱାରା ଗିରଫ ହୋଇ ଜେଲ୍‌ ଯାଇଛନ୍ତି । ଏ ନେଇ ସାଧାରଣରେ ବେଶ୍ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁଯାୟୀ, ଗୁରୁବାର ଦିନ ସନ୍ଧ୍ୟା ବେଳେ ବଲାଙ୍ଗୀର ଟାଉନ୍‌ ଥାନା ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୧୦ ଜଣ ରୂପଜୀବୀଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳରେ ଥଇଥାନ୍‌ କରିଥିଲା । ସେକ୍ସ ରେକେଟ ଚଳାଉଥିବା ଗିରଫ ରାଣୀ ମହୁମାଛି ସାଲେପାଲି ପଡା ର ହୋଇଥିବା ବେଳେ ଗ୍ରାହକମାନେ ହେଉଛନ୍ତି, ସୋନପୁର ଜିଲ୍ଲା ତରଭା ଥାନା ଜୁଆରବନ୍ଧ ଗାଁ ର ରାଜେଶ ବନଛୋର, ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଖୁର୍ଳିମୁଣ୍ଡା ଗାଁ ର ମନବୋଧ ବାରିକ ଓ ପୁଇଁନ୍ତଲା ଥାନା ଜଲଜଡ ଗାଁ ର ଯୁଧିଷ୍ଠିର ଜାଲ । ଉଦ୍ଧାର ହୋଇଥିବା ୧୦ ଦେହଜୀବୀ କୋଲ୍‌କାତା, ରାୟପୁର, ଭୁବନେଶ୍ୱର, କେନ୍ଦୁଝର ଓ ବଲାଙ୍ଗୀର ସହର ର ହୋଇଥିବା ପୁଲିସ ସୂଚନା ଦେଇଛି ।

ଗିରଫ ବ୍ୟକ୍ତିଙ୍କ ଠାରୁ ପୁଲିସ୍‌ ୨୧ ହଜାର ୫ ଶହ ଟଙ୍କା, ୪ ଗୋଟି ମୋବାଇଲ, ସିଗାରେଟ, ମଦ, ପ୍ରେଗା ନ୍ୟୂଜ କିଟ୍‌, ଟାବଲେଟ, କଣ୍ଡୋମ ଜବତ କରିବା ସହ ତିନୋଟି ବାଇକ ଜବତ କରିଛି । ଏହି ସେକ୍ସ ରେକେଟ୍ ଦୀର୍ଘ ଦିନ ଧରି ବଲାଙ୍ଗୀର ର ଏକ ଭଡ଼ା ଘରେ ଓ ସେଠୁ ବିଭିନ୍ନ ସ୍ଥାନ କୁ ଯାଇ ଏ କାରବାର ଚଳାଇଥିବା ଜଣା ପଡ଼ିଛି ।