Saturday, August 15, 2020
Home Development ରେଳ ବିଭାଗ ପକ୍ଷରୁ ଉଛେଦ କାର୍ଯ୍ୟ ଆରମ୍ଭ

ରେଳ ବିଭାଗ ପକ୍ଷରୁ ଉଛେଦ କାର୍ଯ୍ୟ ଆରମ୍ଭ

ରିପୋର୍ଟ: ଅମୁଲ୍ୟ ନିଶଙ୍କ ଓ ଗୋପୀନାଥ ଗୌଡ଼
ରାୟଗଡା(୨୪/୦୯): ରାୟଗଡାରେ ଆରମ୍ଭ ହୋଇଛି ବସ୍ତି ଉଛେଦ ଅଭିଯାନ । ରାୟଗଡାକୁ ରେଳ ଡିଭିଜନ ଘୋଷଣା କରାଗଲା ପରେ ରେଳବାଇ ପକ୍ଷରୁ ଆଜି ଉଛେଦ ଆରମ୍ଭ ହୋଇଛି ।

ଗୁଡ୍ସ କଲୋନୀ ପରିସରରେ ଦୀର୍ଘ ୫୦ ବର୍ଷ ଧରି ରହୁଥିବା ବସ୍ତି ବାସିନ୍ଦାକୁ ଗତ ଦୁଇଦିନ ତଳେ ରେଳବାଇ ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ଆଜି ସକାଳୁ ସକାଳୁ ରେଳବାଇ ଫୋର୍ସ ଓ ସ୍ଥାନୀୟ ଫୋର୍ସ ସହାୟତାରେ ବସ୍ତି ବାସିନ୍ଦାଙ୍କୁ ଖାଲି କରାଯାଉଛି । ଦୀର୍ଘଦିନ ଧରି ଏଠାରେ ରହିଆସୁୁଥିବା ଲୋକଙ୍କୁ କୌଣସି ଥଇଥାନ କରାନଯାଇ ଉଛେଦ କରାଯାଉଥିବା ଯୋଗୁ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବାରମ୍ବାର ସେମାନଙ୍କର ଥଇଥାନକୁ ନେଇ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ନଶୁଣିବା ଯୋଗୁ ଅସନ୍ତୋଷ ସୃଷ୍ଟି ହୋଇଛି । ଏହାକୁ ନେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଏହି ଉଛେଦରେ ୧୦୩ ଟି ଘର ଭଙ୍ଗାଯିବାକୁ ଥିବା ବେଳେ ଏହି ଉଛେଦ କାର୍ଯ୍ୟରେ ମାଜିଷ୍ଟ୍ରେଟ ଭାବେ ତହସିଲଦାର ଉମାକାନ୍ତ ବେହେରାଙ୍କ ସହ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,ବଲାଙ୍ଗୀରରେ ୯୨

ବଲାଙ୍ଗୀର (ଓଡିଶା ନ୍ୟୁଜ୨୪-ବ୍ୟୁରୋ-୧୫/୦୮): ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯୧ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ...

ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରିଗୁଡା (୧୫/୦୮): ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି l କରୋନା ପରି ମହାମାରୀ...

ଏବିପିଏସ ଛାତ୍ରଛାତ୍ରୀଙ୍କୁ ରୋଟାରୀଆନଙ୍କ ପକ୍ଷରୁ ୪୦ଗୋଟି ଆଇପ୍ୟାଡ଼ ପ୍ରଦାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ସାରା ବିଶ୍ୱ ଜନତା ଓ କରୋନା ମହାମାରୀର ଛକାପଞ୍ଝା ଭିତରେ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି ଆଗାମୀ ପିଢ଼ି କୁହାଯାଉଥିବା ଶିକ୍ଷାର୍ଥୀ ମାନେ l...

FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ରାୟଗଡ଼ା ସହରର FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ | ଲୁଟର ଶିକାର ହୋଇଥିବା...

Recent Comments

%d bloggers like this: