Thursday, March 28, 2024

Top 5 This Week

Related Posts

ରାୟଗଡ଼ା ଠାରେ ବିଜେଡ଼ି କାର୍ଯ୍ୟାଳୟ ଉଦ୍ଘାଟିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୫/୧୦) : ରାୟଗଡ଼ା ଠାରେ ବିଜେଡ଼ି କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ପୂର୍ବରୁ ରାଜ୍ୟସଭା ସାଂସଦ ଙ୍କ ଘରେ କାର୍ଯ୍ୟାଳୟ କାର୍ଯ୍ୟକାରୀ ହେଉଥିଲା ବେଳେ ବର୍ତ୍ତମାନ ଭଡାରେ ନେଇ କାର୍ଯାଳୟ ଉଦ୍ଘାଟନ କରିବା ପଛରେ ମୁଖ୍ୟ ରହସ୍ୟ କ’ଣ ତାହା ସାଧାରଣ ଲୋକ ଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କାର୍ଯ୍ୟାଳୟ ଉଦ୍ଘାଟନ ପାଇଁ ଶକ୍ତି ପ୍ରଦର୍ଶନ କରିବା ଆବଶ୍ୟକ କି ବୋଲି ବୁଦ୍ଧିଜୀବି ଆଲୋଚନା କରୁଥିବା ବେଳେ ଜିଲ୍ଲା ର ବିଜୁ ଜନତା ଦଳ ବରିଷ୍ଟ ନେତାଙ୍କ ଦେଖା ନ ଥିଲା । ରାଲି କରିବା ଓ ରାୟଗଡ଼ା ଠାରେ ବିଜେଡ଼ି କାର୍ଯ୍ୟାଳୟ ଉଦ୍ଘାଟନ ର ଦିନେ ଆଗରୁ ଅନେକ କଳ୍ପନା ଜଳ୍ପନା କରାଯାଉଥିଲା । ଉଦ୍ଘାଟନ ପାଇଁ ଜିଲ୍ଲା ର ପୁରୋଧା ନେତାଙ୍କ ଉପସ୍ଥିତି ରହିବା ନେଇ ସଯବାଜ ହେଉଥିବା ଏବଂ ଜିଲ୍ଲା ର ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିବା ଓ ହଠାତ ରାତା କିଏ କେଉଁ ଗୋଟି ଚାଳନା କରିଦେଲା କେଜାଣି ଜିଲ୍ଲାର ସବୁ ନେତା ଛିନ୍ନବିଛିନ୍ନ ହୋଇଗଲେ । ଦଳ ଦୁଇ ଗୋଷ୍ଠୀ ହୋଇନି ତ ? ଗୋଷ୍ଠୀ କନ୍ଦଳ ଯୋଗୁଁ ଏଭଳି ସ୍ଥିତି ହୋଇନି ତ ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି ।

ଜିଲ୍ଲା କାର୍ଯ୍ୟାଳୟ ଉଦ୍ଘାଟନ ର ନିଜକୁ ପୁରୁଧା ଭାବେ ପ୍ରଦର୍ଶନ କରି ୟାଲା ଭେଙ୍କେଟେଶ୍ଵର ରାଓ (କୋଣ୍ଡା ବାବୁ) ତାଙ୍କର ନେତୃତ୍ୱରେ ହଜାର ହଜାର ବିଜୁ କର୍ମୀଙ୍କ ସହ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ । ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଏବଂ ଆମ୍ବେଦକରଙ୍କ ଠାରେ ପୁଷ୍ପମାଲ୍ୟ ଅର୍ପଣ କରି ପରେ ବିଶାଳ ରାଲି ବାହାରିଥିଲା । ଏହି କାର୍ଯ୍ୟାଳୟ କର୍ମୀଙ୍କ ପାଇଁ ସ୍ଥାପନ କରାଯାଇଛି ବୋଲି ଦଳ ତରଫରୁ କୁହାଯାଇଛି । ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସରକାରୀ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇବା ମୁଖ୍ୟ ଲକ୍ଷ୍ୟ ନେଇ ଏହା ଗଠନ ହୋଇଛି ବୋଲି ମଧ୍ୟ ସୂଚନା ଦେଇଛନ୍ତି ଦଳୀୟ ନେତା ।

Popular Articles