ସୁବର୍ଣ୍ଣ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
265
ସୁବର୍ଣ୍ଣ ଲୋକ ମହୋତ୍ସବ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୪/୯) : ସୁବର୍ଣ୍ଣ ଲୋକ ମହୋତ୍ସବ ଉପଲକ୍ଷେ ଆଜି ସୁବର୍ଣ୍ଣପୁର କଲେକ୍ଟୋରେଟ କନଫରେନ୍ସ ହଲ ଠାରେ ଜିଲ୍ଲାପାଳ ଅବୋଲି ସୁନୀଲ ନରବନେ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏ ବର୍ଷ ଏହି ସୁବର୍ଣ୍ଣ ଲୋକ ମହୋତ୍ସବ ଟି ମିନି ଷ୍ଟାଡିଅମ ଠାରେ ଆୟୋଜନ କରାଯିବାକୁ ସ୍ଥିର କରାଯାଇଥିବା ବେଳେ ଜାନୁଆରୀ ୧୪ ତାରିଖ ରୁ ୧୮ ତାରିଖ ତିନି ଦିନ ଯାଏ ଲୋକ ମହୋତ୍ସବ ଏବଂ ପରବର୍ତ୍ତୀ ଦୁଇ ଦିନ ଓରମାସ ର ପଲ୍ଲୀଶ୍ରୀ ମେଳା ସହିତ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଆସନ୍ତା ଜାନୁଆରୀ ୨୦ ତାରିଖ ଠାରୁ ୨୯ ତାରିଖ ଯାଏଁ ଓଡ଼ିଶାରେ ବିଶ୍ୱ କପ ହକି ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ମେଗା ଉତ୍ସବ ପାଳନ ସମୟରେ ସମସ୍ତ ଜିଲ୍ଲା ର ମହୋତ୍ସବ ଗୁଡିକ ମଧ୍ୟ ପାଳନ ପାଇଁ ରାଜ୍ୟ ସରକାର ଙ୍କ ପରାମର୍ଶ ରହିଥିବା ବିଷୟ ଜିଲ୍ଲାପାଳ ମତ ରଖିଥିଲେ ।

ସମ୍ମାନିତ ଅତିଥି ଭାବେ ଏସପି ଅମରେଶ ପଣ୍ଡା, ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ, ଏଡିଏମ ଜେନେରାଲ ନିଶି ପୁନମ ମିଞ୍ଜ, ଉପ ଜିଲ୍ଲାପାଳ ଡ. ଈପସିତା ପ୍ରିୟଦର୍ଶନୀ ମିଶ୍ର, ସଂସ୍କୃତି ଅଧିକାରୀ ଓ ତହସିଲଦାର ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ ସ୍ତରରେ କମିଟି ଗୁଡିକ ଗଠନ କରାଯାଇଛି । ଏହି ବୈଠକରେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ, କର୍ମଚାରୀ, ସହର ର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ମିଡ଼ିଆ, ସମସ୍ତ ବ୍ଲକ ର ବିଡ଼ିଓ, ତହସିଲଦାର ଯୋଗଦେଇ ବିଭିନ୍ନ ମତାମତ ରଖିଥିଲେ ।