ସର୍ପାଘାତରେ ମୃତ ପରିବାରକୁ ବିଧାୟିକାଙ୍କ ସହାୟତା ପ୍ରଦାନ

ରିପୋର୍ଟ: ଜଗନ କୁମାର ସେଠି
ଗଞ୍ଜାମ(୨୪/୦୯): ଗତକାଲି କୋଦଳା ବି.ନୂଆଁପଲୀ ଠାରେ ମା ମନାସ ପରିଡା (୩୦) ଓ ୬ବର୍ଷର ପୁଅ ଆଶିଷ ପରିଡା ବିଶାକ୍ତ ସର୍ପ ଦଂଶନରେ ପ୍ରାଣ ହରାଇଥିବା ବେଳେ ଏହି ଦୁଃଖଦ ଘଟଣାରେ ପରିବାର ଓ ଗାଁ ଲୋକେ ଭାଙ୍ଗି ପଡିଛନ୍ତି | ମୃତ ମହିଳା ମନାସଙ୍କ ସ୍ବାମୀ କାଳୁ ପରିଡା ହତୋତ୍ସାହ ହୋଇପଡ଼ିଥିବା ବେଳେ ତାଙ୍କର ଆଉ ଏକ ୧୨ବର୍ଷର ପୁଅ କ୍ରିଶ୍ ମା ଓ ଛୋଟ ଭାଇର ମୃତ୍ୟୁ ଘଟଣାକୁ ସହ୍ୟ କରିପାରୁନାହିଁ |

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଏଥିପାଇଁ ଔଷଧ ଓ ଇଂଜେକ୍ସନ ମିଳୁ ନ ଥିବାରୁ ଚିନ୍ତା ବୃଦ୍ଧି ପାଇଛି | ଏହି ଘଟଣା ଗଣମାଧ୍ୟମରେ ପ୍ରସାରଣ ହେବା ପରେ ମଙ୍ଗଳବାର କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ବି.ନୂଆଁପଲୀ ଠାରେ ପହଞ୍ଚି ଉକ୍ତ ପରିବାରକୁ ଭେଟି ୫ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଆଗକୁ ଏଭଳି ଘଟଣା ଘଟିଲେ ତାଙ୍କୁ ତୁରନ୍ତ ଅବଗତ କରିବା ପାଇଁ କହିଛନ୍ତି | ଏବଂ ସେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ଉତ୍ତମ ଚିକିତ୍ସା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି | ତେବେ ମା ଓ ପୁଅଙ୍କ ମୃତ୍ୟୁ ଏବେ ଉକ୍ତ ପରିବାରକୁ ଅନ୍ଧକାର ମଧ୍ୟରେ ଠେଲି ଦେଇଥିବା ଯୋଗୁଁ ଉକ୍ତ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବଡ଼ ଧରଣର ଆର୍ଥିକ ସହାୟତା ଦେବାକୁ ଦାବି ହୋଇଛି |

Comments are closed.