ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳସ୍ଥିତ ବିଭିନ୍ନ ହୋଟେଲ ଓ ଢ଼ାବା ଗୁଡିକରେ ଚଢ଼ାଉ

0
119
ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳସ୍ଥିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୪/୧୦) : ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ପରାମର୍ଶ କ୍ରମେ ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ନିର୍ଦ୍ଦେଶରେ ଜିଲ୍ଲା ର ସମସ୍ତ ଖାଉଟି ମାନଙ୍କ ବୃହତ୍ତର ସ୍ୱାର୍ଥ କୁ ଦୃଷ୍ଟିରେ ରଖି ଜିଲ୍ଲା ର ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳସ୍ଥିତ ବିଭିନ୍ନ ହୋଟେଲ, ରେସ୍ତୁରାଣ୍ଟସ, ଢ଼ାବା ଉପରେ ଅଚାନକ ଚଢ଼ାଉ କରାଯାଇ ହୋଟେଲ ଗୁଡିକର ଆନୁସଙ୍ଗିକ ବ୍ୟବସ୍ଥା ଓ ପରିଚାଳନା ଗୁଡିକର ଯାଞ୍ଚ କରାଯାଇଛି ।WhatsApp Image 2022 10 14 at 9.28.48 PM ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳସ୍ଥିତ ବିଭିନ୍ନ ହୋଟେଲ ଓ ଢ଼ାବା ଗୁଡିକରେ ଚଢ଼ାଉ

ଜିଲ୍ଲା ସହ ଯୋଗାଣ ଅଧିକାରୀ, (ସଦର) ସୋନପୁର ତ୍ରିନାଥ ଭୋଇ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଚଢ଼ାଉରେ ଯୋଗାଣ ନିରୀକ୍ଷକ ବିନିକା ରାଜକିଶୋର ସ୍ୱାଇଁ, ଯୋଗାଣ ନିରୀକ୍ଷକ ଡୁଙ୍ଗୁରିପାଲି ପୂର୍ଣ୍ଣ ଚନ୍ଦ୍ର ରାଉତ, ଜିଲ୍ଲା ଖାଦ୍ୟ ନିରୀକ୍ଷକ ତଥା ସମ୍ପୃକ୍ତ ବିଭାଗ ର କର୍ମଚାରୀ ସାମିଲ ରହିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ଯାଞ୍ଚ ସମୟରେ ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳସ୍ଥିତ ହୋଟେଲ ଅର୍ଣ୍ଣପୂର୍ଣ୍ଣାରେ ୩, କ୍ୟୁଟ ରେସ୍ତୁରାଣ୍ଟରେ ୪, ସିଂ ଢ଼ାବାରେ ୪, ସାରଳା ହୋଟେଲରେ ୩, କହ୍ନେଇ ହୋଟେଲରେ ୨, ଭୋଇ ହୋଟେଲରେ ୧, ସୀମା ହୋଟେଲରେ ୫ ତଥା ଚେରୁପାଲି ସ୍ଥିତ ମାହେଶ୍ୱରୀ ସ୍ୱଇଟ୍ସରେ ୯, ମାହେଶ୍ୱରୀ ହୋଟେଲରେ ୪ ଏବଂ ରୋୟାଲ ଢାବାରୁ ୫ ଗୋଟି ସମୁଦାୟ ୪୦ ଗୋଟି ବେନିୟମ ଭାବେ ବ୍ୟବହୃତ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟାଜପ୍ତ କରାଯାଇଛି । ଅଚାନକ ଚଢ଼ାଉ ପୂର୍ବକ ପରିଚାଳନାର ବିଭିନ୍ନ ବ୍ୟବସ୍ଥା ର ଯାଞ୍ଚ କରାଯାଇଥିଲା । ଆଗକୁ ଏହି ଧରଣର ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟା ନିୟମିତ ଚାଲୁ ରହିବ ଏଣୁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ର ମାଲିକ, ହୋଟେଲ, ରେସ୍ତୁରାଣ୍ଟସ ଓ ଢ଼ାବା ର ମାଲିକ ପ୍ରମୁଖ ନିଜ ନିଜର ପ୍ରତିଷ୍ଠାନ ର ପରିସର, ପରିପାର୍ଶ୍ୱ ତଥା ଅନ୍ୟାନ୍ୟ ବ୍ୟବସ୍ଥାର ସୁ ପରିଚାଳନା ତଥା ସୁବ୍ୟବସ୍ଥିତ ସହ ସଞ୍ଚାଳନ କରିବାକୁ ପ୍ରଶାସନ ତରଫରୁ ପରାମର୍ଶ କରାଯାଉଛି ।