ସ୍ୱାମୀ ଚିଦାନନ୍ଦ ସରସ୍ବତୀ ମହାରାଜଙ୍କ ୧୦୩ ତମ ଜୟନ୍ତୀ

ରିପୋର୍ଟ – ଜଗନ କୁମାର ସେଠୀ
ଗଞ୍ଜାମ(୨୪/୦୯): କୋଦଳା ଅଞ୍ଚଳର ଶ୍ରୀ ଦଣ୍ଡିଶ୍ୱର ମନ୍ଦିର ସମ୍ମୁଖରେ ଥିବା ଶ୍ରୀ ଶିବାନନ୍ଦ ଆଶ୍ରମର ସ୍ୱାମୀ ଚିଦାନନ୍ଦ ସରସ୍ବତୀ ମହାରାଜଙ୍କ ୧୦୩ ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି |

ସକାଳ ୫ଘ. ଠାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଅପରାହ୍ନ ୧ଘ.୧୦ମି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା | ସମସ୍ତ ଗୁରୁ ଭାଇ, ଭଉଣୀମାନେ ଏକତ୍ରିତ ହୋଇ ଆଶ୍ରମ ଠାରୁ ପ୍ରଭାତ ଫେରି ବାହାରି ଶ୍ରୀ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଭଜନ ମାଧ୍ୟମରେ ପରିଭ୍ରମଣ କରିଥିଲେ | ଆଶ୍ରମ ପରିସରରେ ଧ୍ୟାନ, ଜପ ଭଜନ ଓ ବିଶ୍ୱ ପ୍ରାର୍ଥନା ଗାନ କରିବା ସହ ଦୁଃଖୀରଙ୍କୀ ବୃଦ୍ଧ, ବୃଦ୍ଧାଙ୍କୁ ନାରାୟଣ ସେବା ଯୋଗାଇ ଦିଆଯାଇଥିଲା | ଏବଂ ଶ୍ରୀ ସ୍ୱାମୀ ଚିଦାନନ୍ଦ ସରସ୍ବତୀ ମହାରାଜଙ୍କ ଜୀବନ ସୌଳି ଉପରେ ସଂଘର ସଭାପତି ଶ୍ରୀଯୁକ୍ତ ଉପମନ୍ୟୁ ଶତପଥି ଏକ ଆଧ୍ୟାତ୍ମିକ ମାଧ୍ୟମରେ ଜ୍ଞାନ ପ୍ରଦାନ କରିଥିଲେ | ଅହଂକାର ତ୍ୟାଗ କରିବା ଉପରେ ଶ୍ରୀ ଶତପଥି ଅତି ସହଜରେ ଗୁରୁ ଭାଇ, ଭଉଣୀ ମାନଙ୍କୁ ବୁଝାଇଥିଲେ | କୋଦଳା ଦିବ୍ୟଜୀବନ ସଂଘର କର୍ମକର୍ତ୍ତାମାନେ ଏହି ଜୟନ୍ତୀ ଉତ୍ସବକୁ ପରିଚାଳନା କରୁଛନ୍ତି |

Comments are closed.