ଗୁଣୁପୁର ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ପାଇଁ ଦୀକ୍ଷାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

0
223
ଗୁଣୁପୁର ମହାବିଦ୍ୟାଳୟରେ ଯୁକ୍ତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୪/୧୦) : ଆଜି ଗୁଣୁପୁର ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏକ ଦୀକ୍ଷାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ପରିପ୍ରେକ୍ଷୀରେ ଗୁଣୁପୁର ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ରାମଚନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ଡକ୍ଟର ଜୱାହାରଲାଲ ଚୌଧୁରୀ ଅନୁଷ୍ଠାନର ଐତିହ୍ୟ ତଥା ଗୌରବ ଉପରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପ୍ରାଧ୍ୟାପକ ଶଶିଭୂଷଣ ମହାନ୍ତି ଅନୁଷ୍ଠାନରେ ଉପଲବ୍ଧ ସୁବିଧା ସୁଯୋଗ ତଥା ଛାତ୍ର ଜୀବନ ର ପ୍ରକୃତ ଲକ୍ଷ୍ୟ ଓ ଜୀବନ ଗଠନ ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ଅଧ୍ୟାପକ ଜଗନ୍ନାଥ ଦୀପ୍ ଯୁକ୍ତ ତିନି ଶ୍ରେଣୀର ପାଠ୍ୟକ୍ରମ ତଥା ପରୀକ୍ଷା ପ୍ରଣାଳୀ ସମ୍ପର୍କରେ ଛାତ୍ରଛାତ୍ରୀଙ୍କର ଦୃଷ୍ଟି ଆକଷର୍ଣ କରିଥିଲେ ।

ଆଇକ୍ଯୁଏସି ସଂଯୋଜକ ଅଧ୍ୟାପକ ଅମୀୟ ରଞ୍ଜନ ମହାନ୍ତି ବ୍ୟକ୍ତିତ୍ୱ ବିକାଶ ତଥା ଜୀବନ ର ଗୁଣାତ୍ମକ ଦିଗ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପିକା ଅପରାଜିତା ପାଣ୍ଡେ ଇଣ୍ଟରନେଟ୍ ଶିକ୍ଷା ଓ ସମ୍ବଳ ତଥା ବିଭିନ୍ନ ୱେବ୍‌ସାଇଟ୍ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଶେଷରେ ସଭାପତିଙ୍କ ଅଭିଭାଷଣ ପରେ ଅଧ୍ୟାପକ ଡକ୍ଟର ସତ୍ୟବାନ ଗରଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।