Friday, March 29, 2024

Top 5 This Week

Related Posts

ଯୋଗ୍ୟ ହିତାଧିକାରୀ ଙ୍କୁ ଅନ୍ତୋଦୟ ଯୋଜନାରେ ସାମିଲ ପାଇଁ ଗଣ ଧାରଣା

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ, (୧୫/୧୦) : ପ୍ରାଉଟିଷ୍ଟ କ୍ଳବ୍ ଇଣ୍ଡିଆ ର ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଯୋଗ୍ୟ ହିତାଧିକାରୀ ଙ୍କୁ ଅନ୍ତୋଦୟ ଯୋଜନାରେ ସାମିଲ ପାଇଁ ଶତାଧିକ ପୁରୁଷ ଓ ମହିଳା କଣ୍ଟାମାଳ ବ୍ଲକ ପଲସାଗୋରା ଠାରେ ଏକ ଶୋଭାଯାତ୍ରା, ଗଣ ଧାରଣା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।WhatsApp Image 2022 10 14 at 7.36.51 PM ଯୋଗ୍ୟ ହିତାଧିକାରୀ ଙ୍କୁ ଅନ୍ତୋଦୟ ଯୋଜନାରେ ସାମିଲ ପାଇଁ ଗଣ ଧାରଣା

ପୁରୁଷ ଓ ମହିଳା ମାନେ ଏକ ଶୋଭାଯାତ୍ରାରେ ଆସି ପଲସାଗୋରା ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୟଦେବ ପ୍ରଧାନ ଙ୍କ ଜରିଆରେ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଅନେକ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ ପଡ଼ିଥିବା ବେଳେ ଧନିଷ୍ଠ ବ୍ୟକ୍ତି ମାନେ ଏହାର ଫାଇଦା ଉଠାଉଥିବା ଅଭିଯୋଗ କରିଛନ୍ତି । ଅସହାୟ ବୃଦ୍ଧ ବୃଦ୍ଧା, ବିଧବା, ଦିବ୍ୟାଙ୍ଗଙ୍କୁ ଏହି ଯୋଜନାରେ ଅଗ୍ରାଧିକାର ଭିତ୍ତିରେ ପ୍ରଦାନ କରିବାକୁ ଏହି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ପ୍ରତ୍ୟେକ ଗ୍ରାମ ଓ ୱାର୍ଡ କୁ ଯାଇ ତଥ୍ୟ ସଂଗ୍ରହ କରି ସାମିଲ କରିବାପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Popular Articles