ମା ମଙ୍ଗଳା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ସାମ୍ବାଦିକଙ୍କୁ ସମ୍ମାନିତ

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୨୩/୦୯): ପଦମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଲକର ସୋଡା ଗ୍ରାମର ମା ମଙ୍ଗଳା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ସାମ୍ବାଦିକ ମାନେ ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରୁଥିବାରୁ ସମ୍ମାନିତ କରିଥିଲେ |

ଏକ ସ୍ବତନ୍ତ୍ର ଉତ୍ସବରେ “ବୋଡାସମ୍ୱର ଜାଗ୍ରତ ପ୍ରହରୀ” ରୂପେ ସାମ୍ବାଦିକ ପ୍ରିୟରଞ୍ଜନ ଭୋଇ, ସାମ୍ବାଦିକ ପ୍ରକୃତି ବନ୍ଧୁ ଧିରେନ ମହାନ୍ତି, ସାମ୍ବାଦିକ ହେମନ୍ତ ସାହୁ, ସାମ୍ବାଦିକ ନିରୋଜ୍ ପାଣି, ସାମ୍ବାଦିକ ସୌମ୍ୟରଞ୍ଜନ ମହାନ୍ତି ଓ ସାମ୍ବାଦିକ ନୀଳମଣି ବାଗ୍ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଗୋଷ୍ଠୀର ସଭାନେତ୍ରୀ ସୁବୋଦିନି ସାହୁଙ୍କ ସଭାପିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ଯୋଗ ଦେଇଥିଲେ । ପରିଶେଷରେ ଗୋଷ୍ଠୀ ସମ୍ପାଦିକା କଲ୍ପନା ରଣା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Comments are closed.