Friday, March 29, 2024

Top 5 This Week

Related Posts

ସତ୍ୟସାଇ ସେବା ସମିତି ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୪/୯) : ଶ୍ରୀ ସତ୍ୟସାଇ ସେବା ସମିତି ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ର ମିଳିତ ସହଯୋଗରେ ସମିତି ପରିସରରେ ଏକ ମାଗଣା ଡାଇବେଟିସ ରେଟିନୋପାଥି ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 10 14 at 6.51.14 PM 1 ସତ୍ୟସାଇ ସେବା ସମିତି ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ଏଥିରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଯୋଗଦେଇ ଶିବିର କୁ ଉଦ୍ଘାଟନ କରିଥିଲେ । ଏଥିରେ ସମୁଦାୟ ୧୦୩ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏଥିରେ ୨୨ ଜଣ ଙ୍କୁ ମୋତିଆବିନ୍ଦୁ ଚିହ୍ନଟ କରାଯାଇଥିବା ବେଳେ ୧୦ ଜଣଙ୍କୁ ଚକ୍ଷୁରେ ଅସ୍ତ୍ରୋପଚାର ପାଇଁ ଆଜି ଦିନ ଧାର୍ଯ୍ୟ କରାଯାଇ ପଣ୍ଡା ପାଲି ବୀରମହାରାଜପୁର ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏଥିରେ ୧୮ ଜଣଙ୍କୁ ଡାଇବେଟିସ ରେଟିନୋପାଥି ଚିହ୍ନଟ କରାଯାଇଥିବା ବେଳେ ୩୮ ଜଣଙ୍କୁ ଚଷମା ପିନ୍ଧିବା ପାଇଁ ପରାମର୍ଶ କରାଯାଇଛି । ତଥା ୧୫ ଜଣ ସାଧାରଣ ଭାବରେ ନିଜ ସତ୍ୟସାଇ ସେବା ସମିତି ପକ୍ଷରୁ ଚକ୍ଷୁ ପରୀକ୍ଷା କରାଇଛନ୍ତି ।

ଏହି ଶିବିରରେ ମହାନଦୀ ନେତ୍ର ଚିକିତ୍ସାଳୟର ବିଶେଷଜ୍ଞ ଡାକ୍ତର ଯୋଗଦେଇ ଥିବାବେଳେ ଶ୍ରୀ ସତ୍ୟସାଇ ସେବା ସମିତି ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଗୁଣନିଧି ପାତ୍ର, କନଭେନର ସମୀର ରଞ୍ଜନ ବହିଦାର, ସୂର୍ଯ୍ୟ ନାରାୟଣ ମହାପାତ୍ର ଙ୍କ ସହ ସମିତି ର ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Popular Articles