Friday, August 14, 2020
Home Health ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ରକ୍ତ ଦାନ୍ ଶିବିର

ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ରକ୍ତ ଦାନ୍ ଶିବିର

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୨୨/୦୯): ଆଜି ପଦମପୁର ଉପଖଣ୍ଡର ପାଇକମାଳ ବ୍ଲକ ସୋଡା ଗ୍ରାମର ମା ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ହାଇସ୍କୁଲ ପ୍ରାଙ୍ଗଣରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଯାଇଅଛି । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଭାନେତ୍ରୀ ସୁବୋ ଦିନୀ ସାହୁଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଉପଦେଷ୍ଟା ତଥା ପୂର୍ବତନ ଆବାହକ ପ୍ରକୃତି ବନ୍ଧୁ ଧିରେନ୍ ମହାନ୍ତିଙ୍କ ଦ୍ଵାରା ସଭା ସଂଯୋଜନା କରିଥିବା ବେଳେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ଅଧ୍ୟକ୍ଷା ଶ୍ରୀମତୀ ସାହୁ ରକ୍ତ ଦାନ ମହତ ଦାନ ଉପରେ ଜନସାଧରଣଙ୍କୁ ଆଲୋକପାତ କରି ମହିଳାଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ । ଉକ୍ତ ସଭାରେ ୩୦ରୁ ଉର୍ଦ୍ଧ୍ୱ ଥର ରକ୍ତ ଦାନ କରିଥିବା ଯୌର୍ତିମୟୀ ସାହୁଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ବୋଡାସମ୍ବରର ଜାଗ୍ରତ ପ୍ରହରୀ ରୂପେ ସାମ୍ବାଦିକ ମାନଙ୍କୁ ଉପଢୋକନ ଦେଇ ସଭାରେ ସମ୍ମାନିତ କରାଯାଇଥିଲା । ରକ୍ତଦାନ ଶିବିରରେ ପଦମପୁର ରେଡକ୍ରସ୍ ର ସଂଗ୍ରାମ କେଶରୀ ମହନ୍ତ, ହିତେଶ କୁମାର, ଜିତେନ୍ଦ୍ରିୟ କୁମାର ପ୍ରମୁଖ ୪୧ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ ।

ସ୍ଵେଚ୍ଛାକୃତ ରକ୍ତ ଦାତା ତିକେଶ୍ଵରି ସାହୁ, ମୋନାଲିସା ସାହୁ, ସନ୍ଧ୍ୟା ନାୟକ, ପିଙ୍କି ବେହେରା, ସୁନିତା ସିଂ, ତୋଷ ପ୍ରଧାନ, ରାଜକୁମାର ବେହେରା, ଶ୍ୟାମସୁନ୍ଦର ମେହେର, ସମିତି ସଭ୍ୟ ଜଗନ୍ନାଥ ଛତ୍ରିଆ, ପ୍ରଦୀପ ସାହୁ, ଲିଙ୍ଗରାଜ ବରିହା, ନରେଶ ସାହୁ, କାର୍ତ୍ତିକ ବେହେରା, କୈଳାଶ ପଟେଲ ପ୍ରମୁଖ ୪୧ଜଣ ରକ୍ତ ଦାନ କରିଥିଲେ । ଗ୍ରାମର ସ୍ବେଚ୍ଛାସେବୀ ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦର ଯୁଗ୍ମ ଆବାହକ ଦିଲିପ୍ ବେହେରା କିଶୋର ରଣା, ଦେବର୍ଚ୍ଚନ୍ ସାହୁ, ଅନଙ୍ଗ ସିଂ, ରବି ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଂଘ ସମ୍ପାଦିକା କଲ୍ପନା ରଣା ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: