Friday, March 29, 2024

Top 5 This Week

Related Posts

ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ର ତ୍ୱରାନ୍ୱିତ ଦାବିରେ ଗଣଧାରଣା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୪/୯) : ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ନିର୍ମାଣ କୁ ତ୍ୱରାନ୍ୱିତ କରିବା ଦାବିରେ ଆଜି ରେଳପଥ ସଂଘର୍ଷ ସମିତି ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେବାସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।WhatsApp Image 2022 10 14 at 6.51.13 PM ଖୋର୍ଦ୍ଧା - ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ର ତ୍ୱରାନ୍ୱିତ ଦାବିରେ ଗଣଧାରଣା

ସୁବର୍ଣ୍ଣପୁର ଜିଲ୍ଲା ଆବାହକ ଶ୍ୟାମାଓଁ ପ୍ରସାଦ ମିଶ୍ର ଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ସରକାରୀ ଉଦାସୀନତା ଯୋଗୁଁ ଏହି ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟରେ ମନ୍ଥରତା ଦେଖାଦେଇ ଏକ ଅଚଳାବସ୍ଥା ସୃଷ୍ଟି ହୋଇଛି ବୋଲି ଉପସ୍ଥିତ ବିକ୍ଷୋଭକାରୀ ମତ ଦେବା ସହ ଏପରି ସ୍ଥାଣୁତା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେବାସହ ଯଦି ନିର୍ଦ୍ଧାରିତ ସମୟ ଭିତରେ ଏହି ରେଳପଥ ନିର୍ମାଣ କାର୍ଯ୍ୟ ସମାପ୍ତ ନ ହୁଏ ତା’ହେଲେ ଆଗକୁ ଦୁର୍ବାର ଆନ୍ଦୋଳନ ଗଢିତୋଳିବାକୁ ଜନ ସାଧାରଣ ଙ୍କୁ ଆହ୍ୱାନ ଦେଇଥିଲେ ।

ସେହିପରି ଜଙ୍ଗଲ ଜମି ଅଧିଗ୍ରହଣ କାର୍ଯ୍ୟ କୁ ଅଣଦେଖା ହିଁ ଏହି ପ୍ରକଳ୍ପ ତ୍ୱରାନ୍ୱିତ ନହେବାର ଏକ ପ୍ରମୁଖ କାରଣ ବୋଲି ଉପସ୍ଥିତ ଆନ୍ଦୋଳନକାରୀ ମତବ୍ୟକ୍ତ କରିଥିଲେ । ବଲାଙ୍ଗୀର – ଖୋର୍ଦ୍ଧା ରେଳପଥ ସଂଘର୍ଷ ସମିତି ପକ୍ଷରୁ ଆହୁତ ଏହି ବିକ୍ଷୋଭ ସମାବେଶ କୁ ଆଜି ସମାନ୍ତରାଳ ଭାବରେ ବଲାଙ୍ଗୀର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ର ଜିଲ୍ଲାପାଳଙ୍କ ମାଧ୍ୟମରେ କେନ୍ଦ୍ର ରେଳମନ୍ତ୍ରୀ ଓ ଜଙ୍ଗଲ ପରିବେଶ ମନ୍ତ୍ରୀ ଓ ସରକାର ଙ୍କ ପାଖକୁ ପ୍ରେରଣ କରାଯାଇଥିବା ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଠାରେ ମଧ୍ୟ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପାଖକୁ ଦାବି ପତ୍ର ପ୍ରେରଣ କରିଥିଲେ ।

ଆଜିର ଏହି ବିକ୍ଷୋଭ ସମାବେଶକୁ ଦଳମତ ନିର୍ବିଶେଷରେ ସମସ୍ତେ ସମର୍ଥନ ଜଣାଇଥିବା ବେଳେ ଏହି ମଞ୍ଚରୁ କାମର ଅଗ୍ରଗତି ପାଇଁ ସରକାର ଙ୍କ ଉଦାସୀନତା କୁ ଦାୟୀ କରି ଆଗାମୀ ଦିନରେ ଦୁର୍ବାର ଜନ ଆନ୍ଦୋଳନ ଆରମ୍ଭ କରିବାପାଇଁ ସମସ୍ତେ ସଜବାଜ ହେବାକୁ ଅଣ୍ଟାଭିଡି ଥିଲେ । ଆଜିର ଏହି ବିକ୍ଷୋଭ ଓ ଗଣଧାରଣାରେ ସହ ଆବାହକ ତଥା ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦବାକ, ଅଭିମନ୍ୟୁ କୁଶଳ, ଜିତେନ୍ଦ୍ର ପଟ୍ଟନାୟକ, ପଦ୍ମଲୋଚନ ମିଶ୍ର, ଶେଷଦେବ ମେହେର, ସୁରେଶ ମିଶ୍ର, ସୁରେଶ ପାତ୍ର, ଶ୍ରଦ୍ଧାଞ୍ଜଳି ମିଶ୍ର, ପ୍ରକାଶ ବେବର୍ତ୍ତା, ହିମାଂଶୁ ଗଡ଼ତିଆ, ଲଡୁକିଶୋର ମଲ୍ଲିକ, ବ୍ୟାସଦେବ ମିଶ୍ର, ମନୋରଞ୍ଜନ ତ୍ରିପାଠୀ, ସଚ୍ଚିଦାନନ୍ଦ ଦାଶ, ଦିଲିପ ପାତ୍ର, ନିଶାନ୍ତ ମହାନ୍ତି, ଶରତ ମହାପାତ୍ର, ଅଶୋକ ଜେନା, ସୁବ୍ରତ ସେଠି ପ୍ରମୁଖ ଙ୍କ ସହ ସହର ର ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ଶତାଧିକ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ସମୁହ ଭାଗ ନେଇଥିଲେ ।

Popular Articles