ଗଞ୍ଜେଇ ଚାଲାଣ ରୋକିବା ଲାଗି ରଣନୀତି

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୨୩/୦୯/୧୯): ଗଞ୍ଜେଇ ଚୋରା ଚାଲାଣକୁ ରୋକିବା ପାଇଁ ପୋଲିସର ସ୍ୱତନ୍ତ୍ର ରଣନତି ଯୋଜନା କରାଯାଇଛି ।ଲାମତାପୁଟ ବ୍ଲକ ଏକ ମାଓ ଇଲାକା ହୋଇଥିବାରୁ ଗଞ୍ଜେଇ ମାଫିଆଙ୍କ ବର୍ତ୍ତମାନ ଭୂସ୍ବର୍ଗ ପାଲଟିଛି । ଦିନକୁଦିନ ବଢ଼ିବାରେ ଲାଗିଛି ଗଞ୍ଜେଇ ଚୋରା ଚାଲାଣ ବେଧଡକ ଭାବେ ଚାଲିଛି ।

ଗତ ଶନିବାର ୨୧ତାରିଖ ଦିନ ମାଛକୁଣ୍ଡ ୧୩ ବାଟାଲିୟନ ବିଏସଏଫ ଯବାନଙ୍କ ଦ୍ଵାରା ବିପୁଳ ପରିମାଣ (୧୨କୁଇନ୍ଟଲ୍) ଗଞ୍ଜେଇ ସହ ଗୋଟାଏ ୭ ଏମେମ୍ ପିଶ୍ତଲ ଓ ନଗଦ ୨୦ ହଜାର ଟଙ୍କାର ଜବତ କରିଥିଲା । କିଛି ମାଫିଆ ଅଞ୍ଚଳର ନିରିହ ଯୁବକ ମାନଙ୍କୁ ଟଙ୍କାର ଲୋଭ ଦେଖାଇ ଏଭଳି ଅସାମାଜିକ କାର୍ଯ୍ୟରେ ଲିପ୍ତ କରାଉଛନ୍ତି । ତେଣୁ ଏହାକୁ କିପରି ରୋକାଯାଇ ପାରିବ ସେ ନେଇ ପୋଲିସ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଗଞ୍ଜେଇ ଚାଲାଣ ରୋକିବା ନେଇ କୋରାପୁଟ ପୋଲିସକୁ ରାଜ୍ୟ ସରକାର ପୁରସ୍କୃତ କରିଛି । ଯୋଉ ବନ୍ଧୁକ ଜବତ କରାଯାଇଛି ସେ ହେଉଛି ବାହାର ଦେଶର ଏଠାକୁ କିପରି ଆସିଚି ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏହି ରାକେଟର କିଂପିଁ କୁ କିପରି ଧରାଯାଇପାରିବ । ଏ ବିଷୟ ରେ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି ପୋଲିସ ଅଧିକାରୀ ଶ୍ରୀ ତପନ ମହାନନ୍ଦ ।

Comments are closed.