Friday, March 29, 2024

Top 5 This Week

Related Posts

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି ର ଗଣ ଧାରଣା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୧୪/୧୦) : ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି ର ଆହ୍ୱାନ କ୍ରମେ ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ ର ତ୍ୱରାନ୍ୱିତ ଦାବୀରେ ବଲାଙ୍ଗୀର, ବୌଦ୍ଧ ଏବଂ ସୋନପୁର ଜିଲ୍ଲା ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବା ୯ ଘଣ୍ଟା ସମୟରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଗଣ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବଲାଙ୍ଗୀର ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କମିଟି ର ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ସଭାପତିତ୍ୱ ଏବଂ ବଲାଙ୍ଗୀର ଜିଲ୍ଲା ସଂଯୋଜକ ଭବାନୀ ଶଙ୍କର ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ରତନ ମହାରଣା, କୋଶଲବାଦୀ ନେତା ପ୍ରମୋଦ କୁମାର ମିଶ୍ର, ବିଜେଡ଼ି ନେତା ଲୋଟସ ଷଡଙ୍ଗୀ, ନାଗରିକ କମିଟି ସଭାପତି ବେଲାର ସେନ ଭୋଇ, ଗୋପଭୂଷଣ ନାଥ, ବିକ୍ରମ ବହିଦାର, ବିଭୁତି ଭୂଷଣ ପାଣିଗ୍ରାହୀ, ବଣିକ ସଂଘ ସଭାପତି ତ୍ରିପୁରାରି ପାଣିଗ୍ରାହୀ, କପିଳେଶ୍ୱର ଖମାରି, ସୁରୁ ମଟାରି, ନୀଳମଣି ମିଶ୍ର, କୋଶଲ ନେତା ବିଭୁଦତ୍ତ ମିଶ୍ର, ବିଜେପି ନେତ୍ରୀ ବନଲତା, ଆରତୀ ଗୁରୁ, ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ର ଥବୀର କର୍ମୀ, ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠୀ, ସତ୍ୟ ମିଶ୍ର, ମାହେଶ୍ୱରୀ ସଙ୍ଗଠନ ର ଅଙ୍କୁଶ ପାଣ୍ଡିଆ, ପୂର୍ବତନ ସୈନିକ ସଂଘ ର ପ୍ରତାପ ଚନ୍ଦ୍ର ରଥ, ବଜରଙ୍ଗ ଦଳ ର ସୌମ୍ୟ ରଞ୍ଜନ ମିଶ୍ର, ବରିଷ୍ଟ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ନାଗରିକ କମିଟି ସମ୍ପାଦକ ମନୋରଞ୍ଜନ ସାହୁ, ବିକାଶ ସା, ଲଷ୍ମୀ ପଟ୍ଟନାୟକ, କିଶୋର ମିଶ୍ର, ବିଜେପି ନେତା ପିତାମ୍ବର ଖମାରି, କୋସଲ ସେନାର ରାଜ୍ୟ ସଭାପତି କୌସ୍ତୁଭ ସାହୁ, କଂଗ୍ରେସ ନେତା ବିଦୁଭୂଷଣ ତ୍ରିପାଠୀ, ବିଜେପି ନେତ୍ରୀ ବାସନ୍ତୀ ଜେନା ଏବଂ ବିପିନ କୁସଲିଆ, ଯୁବ ଏକ୍ସନ କମିଟି ସଭାପତି ବିନୋଦ କାଳସାଏ ପ୍ରମୁଖ ଉଦ୍‌ବୋଧନ ଦେବା ସହ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି ର ପ୍ରକଳ୍ପ ତ୍ୱରାନ୍ୱିତ ପାଇଁ ନେଉଥିବା ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସମର୍ଥନ ଜ୍ଞାପନ କରିଥିଲେ ।

ଏହା ପରେ କେନ୍ଦ୍ର ରେଳମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ନାୟକ ଦାବୀପତ୍ର ଗ୍ରହଣ କରିଥିଲେ । ବଲାଙ୍ଗୀର ଏକ୍ସନ କମିଟି ର ଉପସଭାପତି ମୁନା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଜିର ଏହି ସଭାରେ ରଶ୍ମିରେଖା ଦାନୀ, ନିହାରିକା ମିଶ୍ର, ପ୍ରମିଳା ମିଶ୍ର, ବନଶ୍ରୀ ଆଚାର୍ଯ୍ୟ, ସରିତା ଯୋଶୀ, ଅନିତା ମିଶ୍ର, ସୌଦାମିନୀ ମିଶ୍ର, ଗିରିଶ ସିଂହଦେଓ, ଧୀରେନ୍ଦ୍ର ନାରାୟଣ ସିଂହଦେଓ, ପ୍ରଭାକର ମିଶ୍ର, ୟୁଥ ଏକ୍ସନ କମିଟିର ପିତାମ୍ବର ବଂଛୋର(ପିଙ୍କୁ), ରବି ଖମାରି, ରିଲୁ ରଥ, ସନ୍ତୋଷ ସାହୁ, ପ୍ରମୋଦ ସାହୁ, ସୁନୀଲ ମିଶ୍ର, ପ୍ରତାପ ତ୍ରିପାଠୀ, ସୁମେଶ ଡାଙ୍ଗ, ପ୍ରଶାନ୍ତ ନାୟକ, ବଣ୍ଟୁ ବଗର୍ତ୍ତି ଏବଂ ଶତାଧିକ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ ।

Popular Articles