ପୂଜାରୀପୁଟ ଗ୍ରାମରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ

0
190
ପୂଜାରୀପୁଟ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୪ /୧୦) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ପୂଜାରୀପୁଟ ଗ୍ରାମରେ ଚଳିତ ବର୍ଷ ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ମହା ସମାରୋହରେ ଚାଲୁ ରହିଛି ।

ପୂଜାରୀପୁଟ ଗ୍ରାମରେ ଚଳିତ ମାସ ୯ ତାରିଖ ରୁ ଆରମ୍ଭ ହୋଇଥିବା ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ସମାରୋହରେ ଆଜି ଶେଷ ଅନ୍ନ ପ୍ରସାଦ ଭୋଗ ର ବ୍ୟବସ୍ଥା କରାଯାଇଛି । ବିଜୟ ନାୟକ, ଗଦାଧର ଷଡଙ୍ଗୀ, ଦୁର୍ଗା ନାୟକ, ଲାଲୁ ସୁଆର, ବିନୁ ପୁଜାରୀ, କନ୍ଦା ପରଜା, ଚନ୍ଦନ ନାୟକ, ବାଲୁ ସୁଆର ପ୍ରମୁଖ ବ୍ୟକ୍ତି ବିଶେଷ ଙ୍କ ସହଯୋଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀ ସଦାଶିବ ମହାପାତ୍ର ମୂଖ୍ୟ ପୁରୋହିତ ଭାବରେ କାର୍ଯ୍ୟ ନିର୍ବାହ କରିଥିବା ଜଣାପଡିଛି । କରୋନା କଟକଣା ଯୋଗୁଁ ଗତ ୨ ବର୍ଷ ଧରି ବଞ୍ଚିତ ଅଞ୍ଚଳ ବାସୀ ଭଲ ଭଜନ କୀର୍ତ୍ତନରେ ମସଗୁଲ ରହିଥିବା ଜଣାପଡିଛି ।