ଚନ୍ଦ୍ରପୁର ବ୍ଲକ ଅଫିସ ଠାରେ ଗଣ୍ଡଗୋଳ

ରିପୋର୍ଟ: କୈଳାସ ମାଳବିଶୋୟୀ
ଚନ୍ଦ୍ରପୁର(୨୪/୯): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦରମହକୁମାସ୍ଥିତ ବ୍ଲକଅଫିସଠାରେ ଗତ ୨୭/୮ତାରିଖ ଦିନ କନିଷ୍ଠ ଯନ୍ତ୍ରୀ ଶ୍ରୀ ଏ କେ ଦାସ ଓ ଏଲଏମ ଅଫିସ ଗ୍ରୁହ ନିର୍ମାଣ ନିମନ୍ତେ ୧୨୫୦୦୦୦ ଟଙ୍କା ଆଶିଥିଲା | କାମ କରିବା ନିମନ୍ତେ ଶ୍ରୀ ତୋଫାନ ବିଡିକାଙ୍କୁ ସରକାରଙ୍କ ନିୟମ ଅନୁସାରେ ଦିଆଗଲା |

କେସ ରେକଡ ନଂ- ୫୬/୧୮-୧୯କାମ ଆରମ୍ଭ ହୋଇ ଛାତ ପଡିଗଲା ବିଲ ପାଇଁ ବିଡିକା କନିଷ୍ଠ ଯନ୍ତ୍ରୀ ଏ କେ ଦାସ ଓ ଆସିଷ୍ଟାଣ୍ଟ ଏ ଇ ଶ୍ରି ପ୍ରଦିପ କୁମାର ବେହେରାଙ୍କ ପାଖକୁ ଗଲା | ଯିବାପରେ ସେ ବାବୁମାନେ ବିଡିକାଙ୍କୁ ପଲଙ୍କ ଖଟ ଆଣିଦେଲେ ପଇଯା ଦବୁ କହିଲେ । ବିଡିକା ଖଟ ମଧ୍ୟ ଦେଲେ, ପଇସା ମାଗିବାରୁ ବିଡ଼ିକା ନ ଦେବାରୁ ଦିର୍ଘଦିନ କାମର ବିଲ୍ ନ କରି ରଖିଦେଇଥିଲେ । ଏହା ଜାଣିବା ପରେ ବିଡିକା ଏ କେ ଦାସଙ୍କୁ ବିଲ୍ କରିବା ନିମନ୍ତେ କହିଥିଲେ | କହିବା ପରେ ଦାସ ମହାଶୟ ବିଲ କରିବି ନାହିଁ ଯାହା କରିବାର ଅଛି କର ବୋଲି କହିଥିଲେ | ଏହାପରେ ଦୁଇଜଣଙ୍କ ମଧ୍ୟରେ କିଛି ସମୟ ଝଗଡା ହେଲା । ଏହି ଝଗଡା ଚନ୍ଦ୍ରପୁର ଥାନା ଆଇ ଆଇ ସି ଶ୍ରି ଅରୁନ୍ କୁମାର ନାୟକ ମୌଖିକ ଭାବେ ବିଲ କରିଦେବାକୁ ବୁଝାଇଥିଲେ ତାହା ବିଲ୍ ଅଳ୍ପକରିଥିବା ଯୋଗୁଁ ଗତ ୨୩ତାରିଖ ପର୍ଯ୍ୟନ୍ତ ସମାଧାନ ନ ହୋଇ ପୁଣିଥରେ ଏଇଙ୍କ ସହ ଯୁକ୍ତି ତର୍କ ହୋଇଥିଲା । ଏହା ଶୁଣି ଚନ୍ଦ୍ରପୁର ବିଡିଓ ଶ୍ରି ଜର୍ଜ ଡୁଗଂଡୁଗଂ ଉଭୟ ପାର୍ଟିକୁ ବଝାବୁଝିକରି ସମାଧାନ କରିବା ନିମନ୍ତେ କହିଥିଲେ | ଚନ୍ଦ୍ରପୁର ଗ୍ରାମବାସି ବିଜୟ ବିବାର, ବାସୁଦେବ ବ୍ରେକବେଡା, ଉତମ ସହ ବହୁଲୋକ ଉପରିସ୍ଥ ଅଧିକାରିଙ୍କୁ ଜଣେଇ ଏ ଇଙ୍କୁ ଯଥାଶିଘ୍ର ବଦଳି କରିବାକୁ ବିଡିଓଙ୍କୁ ଜଣେଇଥିଲେ |

Comments are closed.