ଜିଲ୍ଲାପାଳଙ୍କ ଦ୍ବାରା ମିଳିତ ଅଭିଯୋଗ ଶୁଣାଣି

ରିପୋର୍ଟ: ଜଗଦୀଶ ଦାସ
ଜି.ଉଦୟଗିରି(୨୩/୦୯): କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଟିକାବାଲି ବ୍ଳକ ସଭାଗୃହରେ ଜିଲ୍ଲାପାଳ ଡ. ବୃନ୍ଦା ଡୀଙ୍କ ଦ୍ବାରା ଏକ ମିଳିତ ଅଭିଯୋଗ ଶୁଣାଣି ହୋଇଯାଇଛି । ବ୍ଳକରୁ ଆସିିଥିବା ଲୋକମାନଙ୍କ ଅଭିଯୋଗ ଗୁଡିକୁ ଜିଲ୍ଲାପାଳ ଶୁଣିଥିଲେ ।

ଲୋକମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସଂପୃକ୍ତ ବିଭାଗର ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏସ୍.ପି, ପି.ଡି.,(ଡି.ଆର.ଡି.ଏ), ବି.ଡି.ଓ, ତହସିଲଦାର, ଏମ.ଆଇ.ଅଧିକିରୀ,ବିଦ୍ୟୁତ ବିଭିଗ ଅଧିକାରୀ,ସି.ଡି.ଏମ୍.ଓ, ବ୍ଳକ ଚେୟାରମ୍ୟାନ ସମସ୍ତ ସରପଞ୍ଚ, ମେଡିକଲ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ । ବ୍ଳକ ଜି.ପି.ଓ ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

Comments are closed.