Related Contents

ଆବାସ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ ରୁକ୍ମଣୀ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୨୩/୦୯): ସରକାରଙ୍କ ତରଫରୁ ଅସହାୟ, ଗରିବ, ବିଧବା , ଭିନ୍ନକ୍ଷମ ପାଇଁ ଅନେକ ଜନହିତାଧିକାରୀ ଯୋଜନାରେ ସାମିଲ କରିବା ନିୟମ ରହିଥିବା ବେଳେ କିଛି ପ୍ରଶାସନ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ରହୁଥିବା ଜଣାପଡିଛି | ଏହିପରି ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ବୈପାରୀଗୁଡା ବ୍ଲକ ଦଣ୍ଡାବାଡ଼ି ପଞ୍ଚାୟତ ଅନ୍ତର୍ଗତ କାଣ୍ଡିକିଗୁଡାରେ |

ଉକ୍ତ ଗ୍ରାମର ଲଚମନ ଖରାଙ୍କ ସ୍ତ୍ରୀ ରୁକ୍ମଣୀ ଖରା (୪୬)ଙ୍କୁ କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗତ ୨୩/୧୦/୨୦୦୯ତାରିଖ ଦିନ ୬୦ପ୍ରତିଶୋଧ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି | କିନ୍ତୁ ପରିତାପର ବିଷୟ ଏହି ଯେ ଭିନକ୍ଷମ ପ୍ରମାଣ ପତ୍ର ପାଇ ଦୀର୍ଘ ଦଶ ବର୍ଷ ବିତିଲେ ବି ଆଜି ପର୍ଯ୍ୟନ୍ତ ସରକାରୀ ତରଫରୁ ଖଣ୍ଡିଏ ଘର ଦିବ୍ୟାଙ୍ଗ ରୁକ୍ମଣୀଙ୍କୁ ମିଳିଲା ନାହିଁ |

ସରକାରୀ ସାହାଯ୍ୟ କହିଲେ କେବଳ ପାଞ୍ଚ ସହ ଟଙ୍କା ଭତ୍ତା ଓ ମାସିକ ଦଶ କେଜି ଚାଉଳରେ ସୀମିତ ହୋଇଛି ଯୋଜନା | ମୁଣ୍ଡଗୁଞ୍ଜିବା ପାଇଁ ଏକ ଛୋଟ ଝାଟିମଟିର ପିରିଛପର ଘରେ ବହୁ କଷ୍ଟମଷ୍ଟେ ରହୁଥିବା ବେଳେ ବିପଦ ସଂକୁଳ ଅବସ୍ଥାରେ ଥିବା ଏହି ଘର ବର୍ଷା ଦିନେ କଷ୍ଟକୁ ଆହୁରି ଦ୍ବିଗୁଣିତ କରିଦେଉଛି | ସ୍ୱାମୀ ଓ ସ୍ତ୍ରୀ ବାରମ୍ବାର କ୍ରମରେ ସରପଞ୍ଚ, ପିଇଓ, ବିଡ଼ିଓଙ୍କୁ ପଂଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଖଣ୍ଡିଏ ଘର ପାଇଁ ଦୌଡି ଦୌଡି ନିରାଶ ହୋଇ ଶେଷରେ ହାତବାନ୍ଧି ବସିବା ପ୍ରକାଶ କରିଛନ୍ତି ଦମ୍ପତି | ଗ୍ରାମାଞ୍ଚଳର ଯୋଗ୍ୟ ହିତାଧିକାରୀଙ୍କ ଚିନ୍ନଟ କରିବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀଙ୍କୁ ପ୍ରଶାସନ ପକ୍ଷରୁ ଦାଇତ୍ୱ ଦିଆଯାଇଛି | ପଲ୍ଲୀସଭା, ଗ୍ରାମସଭା ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ମଧ୍ୟ ନିୟମ ଥିବା ବେଳେ କିପରି ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଞ୍ଚିତ ରହୁଛନ୍ତି ତାହା ପ୍ରଶାସନ ପାଇଁ ପ୍ରଶ୍ନବାଚି ସୃଷ୍ଟି କରୁଛି | ଭିନ୍ନକ୍ଷମଙ୍କୁ ଆବାସ ଯୋଗାଇବାରେ ବିଫଳ ହୋଇଥିବା ବ୍ଲକ ପ୍ରଶାସନ କେବେ ରୁକ୍ମଣୀଙ୍କୁ ସହାୟକ ହେବ ତାହା ଦେଖିବାକୁ ବାକିରହିଲା |

Comments are closed.