Friday, March 29, 2024

Top 5 This Week

Related Posts

ବିଦ୍ୟୁତ ଆଘାତ ରେ ଦନ୍ତା ହାତୀ ମୃତ !

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କାମାକ୍ଷାନଗର, (୧୪/୧୦) : ଢେଙ୍କାନାଳ ଜିଲ୍ଲା ଭୁବନ ରେଞ୍ଜ ରାଙ୍କିଆ ଗାଁ’ରେ ଦନ୍ତାହାତୀ ର ମୃତଦେହ ଠାବ କରାଯାଇଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଦ୍ୟୁତ ଆଘାତ ଯୋଗୁଁ ଦନ୍ତା ହାତୀ ର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।

ଗତକାଲି ରାତିରେ ଦନ୍ତା ହାତୀଟି ଧାନ ଖାଇବା ପାଇଁ କ୍ଷେତକୁ ଆସିଥିଲା । କ୍ଷେତ ପାଖରେ ବିଦ୍ୟୁତ୍ ଘୁଣ୍ଟ ପୋତା ଯାଇଥିଲା । ସେହି ଖୁଣ୍ଟରୁ କିଛି ତାର ବାହାରକୁ ବାହାରି ଥିଲା । ହାତୀଟି ଧାନ ଖାଇବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା । ବିଦ୍ୟୁତ ଆଘାତ ଯୋଗୁଁ ଘଟଣା ସ୍ଥଳରେ ହାତୀଟି ର ମୃତ୍ୟୁ ଘଟିଥିଲା । ଆଜି ସକାଳେ ଗ୍ରାମବାସୀ ହାତୀଟିର ମୃତଦେହ କ୍ଷେତ ନିକଟରେ ପଡ଼ିଥିବା ବନ ବିଭାଗକୁ ଜଣାଇଥିଲେ । ବନ ବିଭାଗ ପହଞ୍ଚି ଘଟଣା ର ତଦନ୍ତ କରୁଛି । ହାତୀଟିର କିପରି ମୃତ୍ୟୁ ଘଟିଲା, ନା ଆଉ କିଛି କାରଣ ଅଛି ବନ ବିଭାଗ ତା’ର ତଦନ୍ତ କରୁଛି ।

Popular Articles