Related Contents

ସରକାରଙ୍କୁ ଲଜ୍ୟା-ପୁଣି ଭାରରେ ବୁହାହେଲେ ଗର୍ଭବତୀ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି(୨୩/୦୯): ଆଜିର ଦିନରେ ରାଜ୍ୟସରକାରଙ୍କ କୌଣସି ଯୋଜନା କାମରେ ଆସିଲା ଭଳି ମନେହେଉ ନାହିଁ । ଏହିଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୁଡୁମୁଳୁଗୁମ୍ମା ପଞ୍ଚାୟତର ନଙ୍ଗଳଗୁଡା ଗ୍ରାମର ଘଟଣା ।

ଗ୍ରାମର ହାତୀ ମାଡିଙ୍କ ସ୍ତ୍ରୀ ଚନ୍ଦ୍ରମା ମାଡିଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ୧୦୮ଆମ୍ବୁଲାନ୍ସ କୁ ଡକାଯାଇଥିଲା । ହେଲେ ଗ୍ରାମକୁ ସଂଯୋଗ ହୋଇଥିବା ମୁଖ୍ୟ ରାସ୍ତା ଖରାପ ହୋଇଥିବା ଯୋଗୁଁ ଆମ୍ବୁଲାନ୍ସ ଯାଇ ପାରିନଥିଲା । ଫଳରେ ପରିବାର ଲୋକେ ଓ ଆଶା ଦିଦି କିଛି ଦୂର ତାଙ୍କୁ ମଟର ସାଇକେଲରେ, କିଛି ବାଟ ଚାଲି ଚାଲି ଓ କିଛି ବାଟ କାନ୍ଧରେ ବୋହି ନେବା ପରେ ଅଟୋ ସାହାଯ୍ୟରେ ବୋହି ନେବାକୁ ପଡିଥିଲା । ଗ୍ରାମର ରାସ୍ତାଟି ଏତେ ଖରାପ ଯେ ନ କହିବା ଭଲ, ତେବେ ଦୀର୍ଘଦିନରୁ ବିଭିନ୍ନ ରାସ୍ତା ଶୋଚନୀୟ ଅବସ୍ଥା ଯୋଗୁଁ ଏଭଳି କରୁଣ ଚିତ୍ର ମାଲକାନଗିରି ଜିଲ୍ଲାରେ ବାରମ୍ବାର ଦେଖିବାକୁ ମିଳୁଛି ।

Comments are closed.