ବିଜେପି କର୍ମୀଙ୍କ ସେବାସପ୍ତାହ ପାଳନ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି(୨୦/୯): ଯସ୍ବସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ସାରାଭାରତରେ ସେବାସପ୍ତାହ ପାଳନ କରାଯାଇଛି । ତାହାର ପ୍ରଭାବ ମାଲକାନଗିରିରେ ମଧ୍ୟ୍ୟ ପରିଲକ୍ଷିତ ହୋଇଛି । ମାଲକାନଗିରି ବିଜେପି ତରଫରୁ ସେବାସପ୍ତାହ ଅଵସରରେ ନଗର ସଭାପତି ବାଲାଜି ପୋଡାଲଙ୍କ ନେତୃତ୍ୱରେ ଭାଜପା କର୍ମୀମାନେ ମେଡିକାଲ ଓ ଅନାଥ ଆଶ୍ରମରେ ଫଳ ବଣ୍ଟନ, ଦ୍ୱିତୀୟ ଦିନରେ ନଗର ଭବନରେ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା ।

ଅନ୍ତିମ ଦିନରେ ମେଡିକାଲରେ ସଫେଇ ସହ ସେବା ସପ୍ତାହ ସମ୍ପୂର୍ଣ୍ଣ ହୋଇଥିଲା । ରକ୍ତଦାନ ଶିବିରକୁ ମେଡିକାଲ ମୁଖ୍ୟ ପରିଚାଳକ ଶ୍ରୀ ଅଜୟ କୁମାର ବୈଠାରୁ ଉଦ୍ଘାଟନ କରିବା ସହ ଭାଜପା କର୍ମୀଙ୍କ ଏହି କାର୍ଯ୍ୟକୁ ପ୍ରସଂଶା କରିବା ସହ ଏହା ଲୋକାଭିମୁଖୀ ବୋଲି କହିଥିଲେ । ଏହି ସମସ୍ତ କାର୍ଯ୍ୟକୁ ଭାଜପା ସଂଯୋଜକ କୁନାଲ ମିଶ୍ର, କର୍ମକର୍ତା ବିଜୟ ମହାରଣା, ବିଜୟ ମାଝୀ, ଦିଲ୍ଲୀପ ଦଣ୍ଡପାଟି, ସୁଜିତ ବେହେରା, ଆଇଟି ସେଲ ପ୍ରମୁଖ ଶ୍ରୀନିବାସ ପାତ୍ର, ନାରିନେତ୍ରୀ ପୂର୍ଣ୍ଣିମା ମଜୁମଦାର, ଗୀତାଞ୍ଜଳି ମହାପାତ୍ର, ଦୀପ୍ତି ମଣ୍ଡଳ ସହଯୋଗ କରିଥିଲେ । SC ମୋର୍ଚ୍ଚା ସଭାପତି ଗୌତମ ବିଶ୍ୱାସ ଓ ନଗର ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ତପତି ବିଶ୍ୱାସ ଭଉଣୀ ଓ ପାର୍ଥ ବିଶ୍ୱାସ ଭାଇ ଗାଟିଏ ପରିବାରର ଏହି ତିନି ଜଣ ରକ୍ତଦାନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥିଲେ । ଏହି ରକ୍ତଦାନ ଶିବିରରେ ୭୦ୟନିଟରୁ ଅଧିକ ରକ୍ତ ସଂଗ୍ରହ ହୋଇଥିଲା ।

Comments are closed.