ସୂଂଗେରରେ ଗ୍ରାମପଂଚାୟତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ରିପୋର୍ଟ: ଦେବେନ୍ଦ୍ର କୁମାର ନାୟକ
କାଶୀପୁର(୨୩/୦୯): କାଶୀପୁର ସୂଂଗେର ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆଜି ୨ଟି ପଂଚାୟତ ତଥା ସିନ୍ଦୁରଘାଟି ଓ ସୂଂଗେର ପଂଚାୟତରେ ଲୋକମାନଙ୍କ ପାଇଁ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

ଏହି କାର୍ଯ୍ୟକ୍ରମରେ ୨୨୨ ଟି ଅଭିଯୋଗ ରେଜିଷ୍ଟାର ହୋଇଥିବା ବେଳେ ୧୧୫ ଟି ବ୍ୟକ୍ତିଗତ ଓ ୧୦୩ ଟି ଦଳଗତ ଦରଖାସ୍ତ ପଡିଥିବା ବେଳେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି କାଶୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବେଦବର ପ୍ରଧାନ ହୋଇଥିବାବେଳେ କାଶୀପୁର ତହସିଲଦାର ଶ୍ରୀ ସୌଭାଗ୍ୟ ବେହେରା ସିନ୍ଦୁରଘାଟି ସରପଞ୍ଚ ଶ୍ରୀ ସନ୍ଧ୍ୟା ମାଝୀ ସୂଂଗେର ପଂଚାୟତ ସରପଞ୍ଚ ଶ୍ରୀ ସୀତାରାମ ମାଝୀ ଉପସ୍ଥିତ ଥିବା ବେଳେ ବ୍ଲକର ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ | କେବଳ ବିଦ୍ୟୁତ ବିଭାଗର ବିଭିନ୍ନ ଅଭିଯୋଗ ନେଇ ଆସିଥିବା ଲୋକମାନେ ଖୁବ୍ଧ ପ୍ରକାଶ କରିଥିଲେ | ଏହି କାର୍ଯ୍ୟକ୍ରମ କୁ ପଂଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ରାଜେଶ ପଟ୍ଟନାୟକ ଓ ଜିଆରଏସ ଶ୍ରୀ ରାଜନ ନାଏକ ପରିଚାଳନା କରିଥିବା ବେଳେ ସମସ୍ତ ଅଭିଯୋଗ କାରୀଙ୍କୁ କିଭଳି ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ସେ ବିଷୟରେ ବିଡ଼ିଓ ଶ୍ରୀ ପ୍ରଧାନ ଅଶ୍ୱସ୍ଥ କରିଥିଲେ |

Comments are closed.