ଭାରତୀୟ ମଜଦୁର ସଂଘ ର ରାଜ୍ୟ ଉପସଭାପତିଙ୍କ ଅକାଳ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା

0
146
ଭାରତୀୟ ମଜଦୁର ସଂଘ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା (୧୩/୧୦) : ରାୟଗଡ଼ା ସ୍ଥିତ ଠକର ବାପା ଆଶ୍ରମ ଠାରେ ଭାରତୀୟ ମଜଦୁର ସଂଘ ର ରାଜ୍ୟ ଉପସଭାପତି ସ୍ୱର୍ଗତ ଅରୁଣ କୁମାର ସାହୁଙ୍କ ଅକାଳ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି ।

ପ୍ରକାଶ ଥାଉ କି, ଗତ ସୋମବାର ୧୦ ତାରିଖ ସକାଳ ୪ ଘଣ୍ଟା ୩୦ ମିନିଟ ସମୟରେ ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସିତ ସମୟରେ ସେଠାରେ ସ୍ଵର୍ଗତ ଅରୁଣ ସାହୁଙ୍କ ମୃତ୍ୟୁ ଘଟିଥିଲା । ଡାକ୍ତର ଅରୁଣଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ସ୍ୱର୍ଗତ ସାହୁ ଜଣେ ମିଷ୍ଟଭାଷୀ ଓ ପରୋଉପକାରୀ ଯୁବ ସଙ୍ଗଠକ ତଥା ଭାରତୀୟ ମଜଦୁର ସଂଘର ରାଜ୍ୟ ଉପସଭାପତି ଭାବେ ସାରା ରାଜ୍ୟରେ ପରିଚିତ ଥିଲେ । ସ୍ୱର୍ଗତ ଅରୁଣ କୁମାର ସାହୁଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଠକର ବାପା ଆଶ୍ରମ ଠାରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଥିଲା ।

ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସଂପାଦକ ଶ୍ରୀ ଗଣେଶ କୁମାର ସାହୁ ଏବଂ ରାୟଗଡ଼ା ବ୍ଲକ ସଂପାଦକ ଶ୍ରୀ ପରମା ନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ଏବଂ ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲା ର ପ୍ରଭାରୀ ଶ୍ରୀ ଯୋଗେଶ୍ଵର ଦାସ, ରାୟଗଡ଼ା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ଧର୍ମ ସିଂ ନାଗ, ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ ୱାରକର୍ସ ଆସୋସିଏସନ୍ ର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ, ଜିଲ୍ଲା ସଂପାଦିକା ଶ୍ରୀମତୀ ଉଷାରାଣୀ ଦାଶ, ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ କେ. କେ. ଜେନା, ଜିଲ୍ଲା ସହ ସମ୍ପାଦିକା ଶ୍ରୀମତୀ ନେହା ସିଂ, ବ୍ୟବସାୟ ମଜଦୁର ସଂଘ ର ଆନନ୍ଦ ରାଉଳ, ସଫେଇ ମଜଦୁର ସଂଘ ର ଶ୍ରୀମତୀ କସ୍ତୁରୀ ନାୟକ, ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ର ପଦ୍ମା ସେନାପତି ପ୍ରମୂଖ ଉପସ୍ଥିତ ରହି ସ୍ୱର୍ଗତ ଅରୁଣ କୁମାର ସାହୁଙ୍କ ଫୋଟୋ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରି ସ୍ମୃତି ଚାରଣ କରି ଦୀପ ଦାନ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଅମର ଆତ୍ମା ର ସଦଗତି କାମନା କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାରକର୍ସ ଆସୋସିଏସନ୍ , ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ, ପାଚିକା ସଂଘ, ସଫେଇ ମଜଦୁର ସଂଘ, ବ୍ୟବସାୟ ମଜଦୁର ସଂଘ, ରାଜ ମିସ୍ତ୍ରୀ ସଂଘ, ହୋଟେଲ କର୍ମଚାରୀ ସଂଘ, ଅଟୋ ଚାଳକ ସଂଘ ର କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଂଘ ର ନିରଞ୍ଜନ ସେନାପତି, ବଳରାମ ସାହୁ, ସୁରେନ୍ଦ୍ର ବେହେରା, ରଞ୍ଜନ କୁମାର ସାହୁ, ଜୁଗଳ କିଶୋର ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।