ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ର ମିଳିତ ସହଯୋଗରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

0
124
ଜିଲ୍ଲା ପ୍ରଶାସନ ଓ ଶିକ୍ଷା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୨/୧୦) : ଫିଫା ଆନୁକୂଲ୍ୟରେ ତଥା ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ ର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ୧୭ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବର୍ଗରେ ଚିତ୍ତାକର୍ଷକ ଫୁଟବଲ ଟୁର୍ଣ୍ଣାମେଣ୍ଟ ସଦର ରୟାଲ ପଡ଼ିଆରେ ଉଦ୍ଘାଟିତ ହୋଇଛି ।

ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଦ୍ୱାରା ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନିଲ ନରୱନେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆରକ୍ଷୀ ଅଧିକ୍ଷକ ଅମରେଶ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ, ଜିଲ୍ଲା କ୍ରୀଡା ଅଧିକାରୀ ଅଭିଲାଶ ପଣ୍ଡା, ବିକାଶ କୁମାର ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଅତିରିକ୍ତ ଶିକ୍ଷା ଅଧିକାରୀ ଡଃ ରମାକାନ୍ତ ଗଡତିଆ, ଜିଲ୍ଲା ବିଦ୍ୟାଳୟ କ୍ରୀଡା ସଂଘ ସମ୍ପାଦକ ଦୁର୍ଯ୍ୟୋଧନ ରାଉତ, ସହ କ୍ରୀଡା ନିରିକ୍ଷକ ସତ୍ୟନାରାୟଣ ତ୍ରୀପାଠୀ ଉପସ୍ଥିତ ଥିଲେ ।

ଏହି ଖେଳ ଟି ତା ୧୨/୧୦/୨୨ ରୁ ତା ୧୭/୧୦/୨୨ ପର୍ଯ୍ୟନ୍ତ ସୋନପୁର ସହର ସ୍ଥିତ ରୋୟାଲ ପଡିଆରେ ଅନୁଷ୍ଠିତ ହୋଇଛି । ପ୍ରଥମ ଦିନ ର ପ୍ରଥମ ଖେଳ ବିରମହାରାଜ ପୁର ଓ ସୋନପୁର ମଧ୍ୟରେ ହୋଇଥିଲା । ବାଳିକା ମାନଙ୍କ ବୀରମହାରାଜପୁର ଦଳ ସୋନପୁର ଦଳ ବାଳିକା ମାନଙ୍କ ମଧ୍ୟରେ ଫୁଟବଲ ଖେଳ ହୋଇଥିଲା । ଏହି ଖେଳରେ ବୀରମହରାଜପୁର ୨/୦ ରେ ସୋନପୁର କୁ ପରାସ୍ତ କରିଥିବା ବେଳେ ଅନ୍ୟ ଏକ ଖେଳରେ ବାଳକ ମାନଙ୍କ ବି.ଏମ. ପୁର ଓ ଉଲୁଣ୍ଡା ମଧ୍ୟରେ ହୋଇଥିଲା ।

ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାକୁ ଗୋଲ ଦେଇ ନପାରିବାରୁ ଟ୍ରାଏବେକର ଜରିଆରେ ଉଲୁଣ୍ଡା ବି.ଏମ. ପୁର କୁ ୪/୧ ଗୋଲରେ ପରାସ୍ତ କରିଥିଲେ । ନରସିଂହ ସେଠୀ, ପ୍ରମୋଦ ପୁଟେଲ, ମନୋଜ ପ୍ରଧାନ, ଫତେସିଂହ, ଲକ୍ଷ୍ମଣ ଥନାପତି ଖେଳରେ ସହଯୋଗ କରିଥିଲେ । ପୁରା କାର୍ଯ୍ୟକ୍ରମ କୁ ମହମ୍ମଦ କଲିମ, ସଞ୍ଜୟ କୁମାର ସାହୁ, ଶ୍ୟାମସୁନ୍ଦର ନାଏକ, ରଘୁନାଥ ଥନାପତି ସହଯୋଗ କରିଥିଲେ ।