ବିନିକା ଥାନାରେ ଆମ ପୋଲିସ ସମିତି ବୈଠକ

ରିପୋର୍ଟ: ଧ୍ରୁବରାଜ ମିଶ୍ର
ବିନିକା (୨୩/୦୯): ବିନିକା ଥାନା ଅଭ୍ୟର୍ଥନା କକ୍ଷ ସଭାଗୃହ ଠାରେ ଥାନା ଅଧିକାରୀ କୁଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ବିନିକା ଅଂଚଳର ବୁଦ୍ଧିଜୀବୀ, ଆଇନଜୀବୀ, ସାମ୍ବାଦିକ ଓ ସଚେତନ ନାଗରିକ ତଥା ଯୁବବର୍ଗ ସାମିଲ ହୋଇ ବିନିକା ଅଂଚଳରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ଉପରେ ପୋଲିସ୍କୁ ଅବଗତ କରିଥିଲେ |

ସଭାରେ ସଂଯୋଜନା କରି ଏସଆଇ ଟଙ୍କଧର ଛତ୍ରିଆ ଜନସାଧାରଣଙ୍କ ଦ୍ୱାରା ଆଗତ ହୋଇଥିବା ବିଭିନ୍ନ ପ୍ରସ୍ତାବ ଗୁଡିକୁ ଉଲ୍ଲେଖ କରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ | ଏହି ପରିପ୍ରେକ୍ଷୀରେ ବିନିକା ସହର ନୂଆବଜାର ଠାରେ ଥିବା ମୁଖ୍ୟ ରାସ୍ତା କଦାର ବିଦେଶୀ ଓ ଦେଶୀ ମାଡ଼ ଦୋକାନ ସ୍ଥାନାନ୍ତରିତ କରିବାକୁ ଦାବି କରିଥିଲେ | ସେହିପରି ଦୀର୍ଘ ବର୍ଷ ହେଲା ବିନିକା ସହର ଦେଇ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ଯାନବାହାନ ଚଳାଚଳକୁ ଦୃଷ୍ଟିରେ ରଖି ସହରର ଟ୍ରାଫିକ ସମସ୍ୟା ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ଅଭିଯୋଗ ହୋଇଥିଲା | ଏହା ସହିତ ଯାନବାହାନ ଗୁଡିକୁ କଡାକଡି ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଦାବି ହୋଇଥିବା ବେଳେ ଏକବାଗାର୍ଡ଼ ବ୍ୟବସ୍ଥା କରାଯାଉ ବୋଲି ଜନସାଧାରଣ ଦାବି କରିଥିଲେ | ଏହି ଅବସରରେ ଆମ ପୋଲିସ କାର୍ଯ୍ୟକ୍ରମ ବୈଠକ ଆସୁଥିବା ପୋଲିସ ସମିତିର ସଭ୍ୟ ମାନଙ୍କୁ ନେଇ ଏକ ୱାଟ୍ସ ଆପ୍ପ ଗ୍ରୁପ ଖୋଲି ସେହି ଗ୍ରୁପ ରେ ସମସ୍ତ ସୂଚନା ଦିଆଯିବ ପାଇଁ ପ୍ରସ୍ତାବ ଗୃହୀତ ହୋଇଛି | ଏଥିରେ ଷ୍ଟାଫ ଏସଆଇ ପଦ୍ମାବତୀ ମିର୍ଦ୍ଧା, ଏସଆଇ ଶଙ୍କର କୂକମ୍ଭର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Comments are closed.