ବରଗଡରେ ଯୋଗ ଦେଲେ ନୂତନ ଅତିରିକ୍ତ ଜିଲ୍ଲାପାଳ

ରିପୋର୍ଟ: ଡିଳେଶ୍ୱର ବାଗ
ବରଗଡ଼(୨୩/୦୯): ବରଗଡ଼ର ନୂତନ ଅତିରିକ୍ତ ଜିଲାପାଳ ଭାବେ ସୋମବାର ମିର୍ଦ୍ଧା ଟପ୍ପୋ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ସେ ଭବାନୀପାଟଣା ଉପଜିଲାପାଳ ଭାବେ କାର୍ଯ୍ୟରତ ଥିଲେ ।

ଏହା ସହିତ ୨୦୦୪ ମସିହାରେ ସେ ବରଗଡ଼ ରେଭିନ୍ୟୁ ଅଫିସର ଭାବେ କାର୍ଯ୍ୟ କରିଥିଲେ । ସୂଚନାଯୋଗ୍ୟ, ବରଗଡ଼ ଅତିରିକ୍ତ ଜିଲାପାଳ ତପିରାମ ମାଝିଙ୍କ ଝାରସୁଗୁଡ଼ା ବଦଳି ହେବା ପରେ ସ୍ଥାନୀୟ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ ଏହି ଦାୟିତ୍ୱରେ ରହିଥିଲେ ।

Comments are closed.