ଓଡ଼ିଶା ଚତୁର୍ଥ ଶ୍ରେଣୀ ଗ୍ରାମ ପଞ୍ଚାୟତ କର୍ମଚାରୀ ସଙ୍ଘର ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ

ରିପୋର୍ଟ-ଚିତ୍ତରଞ୍ଜନ ବାଗ
ଗୋଲାମୁଣ୍ଡା(୨୨/୦୯): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅଧିନ ଦଶପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗୋଲାମୁଣ୍ଡା ବ୍ଲକ ସ୍ତରୀୟ ଓଡିଶା ଚତୁର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘର ବୈଠକ ଅନୁଷ୍ଠିତ ହୋଇ ଯାଇଛି।ସରକାର କର୍ମଚାରୀ ମାନଙ୍କୁ ସମାନ କାମକୁ ସମାନ ଦରମା ବୋଲି ଘୋଷଣା କରିଛନ୍ତି |

ହେଲେ ଆଜି ଯାଏଁ ଓଡ଼ିଶାରେ ଥିବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ କାମ କରୁଥିବା ପିଅନ,ରାତ୍ର ଜଗୁଆଳି,ଝାଡୁଦାର ଭଲି ଚତୁର୍ଥ ଶ୍ରେଣୀ ର କର୍ମଚାରୀ ମାନଙ୍କୁ ନା ମିଳିଛି ସମ୍ପୂର୍ଣ ସରକାରୀ ମାନ୍ୟତା ନା ମିଳୁଛି ସେମାନଙ୍କୁ ତାଙ୍କ କାମ ଅନୁସାରେ ପାଉଣା।ଯାହାକୁ ନେଇ ରାଜ୍ୟ ସାରା ଏହି ଶ୍ରେଣୀର କର୍ମଚାରୀ ମାନଙ୍କ ମଧ୍ୟରେ ଆସନ୍ତୋଷ ଦେଖା ଦେଇ ଥିବା ବେଳେ କଳାହାଣ୍ଡି ରେ ମଧ୍ୟ ସମାନ ଦେଖିବାକୁ ମିଳିଛି।ତାର ପ୍ରତିବାଦରେ ଆଜି ଗୋଲାମୁଣ୍ଡା ବ୍ଲକ ରେ ଥିବା 28ଗୋଟି ଗ୍ରାମ ପଞ୍ଚାୟତର ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।କର୍ମଚାରୀ ମାନଙ୍କ ଦାବି ହେଲା ସେମାନଙ୍କୁ ସରକାରୀ ମାନ୍ୟତା ସହ ଉପଯୁକ୍ତ ପାଉଣା ସରକାରଙ୍କ ତରଫରୁ ଯଦି ଦିଆ ନଯାଏ ତେବେ ଆଗାମୀ ଦିନରେ ଭୟା ବହ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।ତେବେ ଏହି ବୈଠକ ଟି ଗୋଲାମୁଣ୍ଡା ବ୍ଲକ ସଭାପତି ଗୋକୁଳ ଚନ୍ଦ୍ର ପୁଟେଲ,କୋଷାଧ୍ୟକ୍ଷ କାନ୍ତମଣି ବେମାଲ,ଙ୍କ ନେତୃତ୍ୱରେ ହୋଇଥିବା ବେଳେ ଏଥିରେ ଧର୍ମଗଡ଼ ବ୍ଲକ ସଭାପତି ଲଳିତ ପାରି,କୋଷା ଧକ୍ଷ ମନଧର ଟିକ୍ରା, ଜିଲା ସଭାପତି ହରେକୃଷ୍ଣ ନାଏକ,କୋଷାଧ୍ୟକ୍ଷ ନବୀନ ଥପା ପ୍ରମୁଖ ଙ୍କ ସହ ଗୋଲାମୁଣ୍ଡା ବ୍ଲକ ର 28ଗୋଟି ପଞ୍ଚାୟତରେ କାର୍ଯ୍ୟରତ ପିଅନ,ରାତ୍ର ଜଗୁଆଳି, ଝାଡୁଦାର ସମସ୍ତେ ଯୋଗ ଦେଇଥିଲେ।

Comments are closed.