Thursday, August 6, 2020
Home District News ପୁଣି ଥରେ ବୁହା ହେଲେ ଗର୍ଭବତୀ, ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ

ପୁଣି ଥରେ ବୁହା ହେଲେ ଗର୍ଭବତୀ, ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ

ରିପୋର୍ଟ: ତ୍ରିନାଥ ଧୁରୁଆ
ଝରିଗାଁ(୨୩.୦୯.୨୦୧୯): ପୁଣିଥରେ ହାତରେ ବୁହି ଆଣିଲେ ଗର୍ଭବତୀଙ୍କୁ । ଆମ୍ବୁଲାନ୍ସ ଆସିଲା କିନ୍ତୁ କାଦୁଅ ରାସ୍ତା ଯୋଗୁଁ ଗାଁକୁ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ । ଏହିପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତାରାଯୋଡି ଗ୍ରାମରେ ଏହି ଗ୍ରାମର ମୋହନ ହରିଜନଙ୍କ ସ୍ତ୍ରୀ ସୁନାମଣି ହରିଜନଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ହେଲେ ଆମ୍ବୁଲାନ୍ସ ଆସି ଗାଁରୁ ଦୀର୍ଘ ତିନି କିଲୋମିଟର ଦୂରରେ କାଦୁଅରେ ଥିବା ଶିର୍ଷିଆ ଗୁଡା ନିକଟରେ କାଦୁଅରେ ଲାଗି ଯାଇଥିଲା ।

ଗ୍ରାମକୁ ଆମ୍ବୁଲାନ୍ସ ଆସି ନ ପାରିବା ଶୁଣି ଗ୍ରାମବାସୀ ଓ ପରିବାର ଏକ ଅଟୋରେ ଦୁଇ କିଲୋମିଟର ଆସିଲେ କିନ୍ତୁ ରାସ୍ତା ଏତେ ଖରାପ ଯେ ଅଟୋ ମଧ୍ୟ ଯାଇ ପାରିଲା ନାହିଁ । ଶେଷରେ ବାଧ୍ୟ ହୋଇ ପରିବାର ଲୋକ ହାତରେ ବୋହି ପ୍ରାୟ ଏକ କିଲୋମିଟର ଶିର୍ଷିଆ ଗୁଡା ଛକ ନିକଟରେ ଅଟକି ଯାଇଥିବା ଆମ୍ବୁଲାନ୍ସ ନିକଟରେ ପହଞ୍ଚି ଥିଲେ । ଏହା ପରେ କାଦୁଅରେ ଲାଗି ଯାଇଥିବା ଆମ୍ବୁଲାନ୍ସ କୁ ଠେଲି ପକ୍କା ରାସ୍ତାକୁ କାଢିଥିଲେ ଏବଂ ଝରିଗାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।

ଗ୍ରାମବାସୀଙ୍କ କହିବା ଅନୁସାରେ ପ୍ରତି ବର୍ଷ ଗ୍ରାମର ରାସ୍ତା ପାଇଁ ଅଭିଯୋଗ କଲେ ମଧ୍ୟ କେବଳ ମୁରୁମ ନା ରେ ମାଟି ପଖାଇ ଦେଇ ରାସ୍ତା କାମ ସାରି ଦିଅନ୍ତି । ବର୍ଷା ଦିନ ଆସିଲେ ରାସ୍ତା ପୁଣି କାଦୁଅ ହୋଇଯାଏ । ଏହି କାଦୁଅ ରାସ୍ତାରେ ଗର୍ଭବତୀ କିମ୍ବା ଯେକୌଣସି ରୋଗୀଙ୍କୁ କଟିଆ କିମ୍ବା ହାତରେ ବୋହିଆଣୁଛନ୍ତି ବୋଲି ଗ୍ରାମବାସୀ ବାସୀ ଅଭିଯୋଗ କରିଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜନ୍ମରୁ ଅନ୍ଧ, ପୁଣି ସ୍ତ୍ରୀ ଶଯ୍ୟାଶାୟୀ, ମୁଣ୍ଡ ଗୁଞ୍ଜିବା ପାଇଁ ବାରଦୁଆର-ପ୍ରଶାସନର ଦୃଷ୍ଟି ପଡୁ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ବୁଡେନ ଗ୍ରାମପଂଚାୟତ ଅନ୍ତର୍ଗତ ସିଲେଟପାଲି ଗ୍ରାମର ରଘୁ ନାଗର ଏକ ଦୁଃଖଦ କାହାଣୀ । ଜନ୍ମ...

ବନ୍ଧୁଗାଁ ରେ ବିଭିନ୍ନ କାର୍ଯ୍ୟାଳୟରେ ନିରବ ପ୍ରର୍ଥନ ସହ ଶପଥ ପାଠ ଅନୁଷ୍ଠିତ

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା୫:୮:୨୦): ବନ୍ଧୁଗାଁ ବ୍ଲକଠାରେ ଆଜି ପୋଲିସ ବିଭାଗର ସମସ୍ତ ଅଧ8କାରୀ,ଅଗ୍ନିଶମ ବିଭାଗର ସମସ୍ତ ଅଧିକାରୀ ଓ ବନ ବିଭାଗର ରେଞ୍ଜର କାର୍ଯ୍ୟାଳୟର ସମସ୍ତ ଅଧିକାରୀଙ୍କ ଉପିସ୍ତିତରେ ଆଜି...

ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଅବସରରେ ବୋରିଗୁମ୍ମା ଭା.ଜ.ପା.ତରଫରୁ ହୋମ ଓ ପୂଜାପାଠ

ରିପୋର୍ଟ : ରବିଶଙ୍କର ମହାପାତ୍ର // କୋରାପୁଟ(୦୫/୦୮): ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଶ୍ରୀରାମ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଉପଲକ୍ଷେ ସାମାଜିକ...

ଆନ୍ତର୍ଜାତୀକ ସ୍ତରରେ ଗଙ୍ଗାଧର ଜୟନ୍ତୀର ପ୍ରଥମ ୱେବନିଅର, ଦୁବାଇ ପଶ୍ଚିମ ଓଡିଶା କମ୍ୟୁନିଟିର ଆଲୋଚନା ଚକ୍ର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ପବିତ୍ର ଶ୍ରାବଣ ପୁର୍ଣ୍ଣିମା ଦିବସରେ ୟୁଏଇ ଅନ୍ତର୍ଗତ ଦୁବାଇରେ ଡିଜିଟାଲାଇଜେସନ ଭାବରେ ପ୍ରଥମ ଥର ପାଇଁ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ପଶ୍ଚିମ...

Recent Comments

%d bloggers like this: